ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନାବାଳିକା ଝିଆରୀର ଫଟୋକୁ ଅଶ୍ଳୀଳ କରି ବ୍ଲାକ୍ମେଲିଂ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ପିଉସାକୁ ଗିରଫ କରିଛି । ତାଙ୍କ ନାମ କୃପାସିନ୍ଧୁ ହାତୀ(୩୭) । ଘର ଶ୍ୟାମପୁର ଅଞ୍ଚଳରେ । ସୂଚନା ଅନୁଯାୟୀ, କୃପାସିନ୍ଧୁଙ୍କ ଝିଆରୀ ସ୍ୱପ୍ନା(ଛଦ୍ମନାମ,୧୫ ବର୍ଷ) ଗାଁ ନିକଟ ଏକ ବସ୍ତିରେ ରହୁଥିଲେ । ସପ୍ତାହେ ହେବ ସେ ପିଉସାଙ୍କ ଘରକୁ ବୁଲିବାକୁ ଆସିଥିଲେ । କୃପାସିନ୍ଧୁ ସ୍ୱପ୍ନାଙ୍କ ଫଟୋ ଉଠାଇ ତାକୁ ଏଡିଟ୍ କରି ଅଶ୍ଳୀଳ କରି ଦେଇଥିଲେ । ଫଟୋକୁ ସ୍ୱପ୍ନାଙ୍କୁ ଦେଖାଇ ବିବାହ କରିବାକୁ ଜିଦ୍ କରିଥିଲେ । ବିବାହ ନ କଲେ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇଥିଲେ । ଏନେଇ ସ୍ୱପ୍ନା ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଆଜି କୃପାସିନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।






