Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିମାପଡ଼ା ଅଞ୍ଚଳର ଜଣେ ଯୁବକକୁ ଅପହରଣ କରିଥିବା ମାମଲାରେ ୨ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
May 14, 2022
in Crime, State
ନିମାପଡ଼ା ଅଞ୍ଚଳର ଜଣେ ଯୁବକକୁ ଅପହରଣ କରିଥିବା ମାମଲାରେ ୨ ଜଣ ଗିରଫ
61
VIEWS
Share on FacebookShare on Twitter

ନିମାପଡ଼ା, (ବାଘୁଆବାର୍ତ୍ତା): ନିମାପଡ଼ା ଅଞ୍ଚଳର ଜଣେ ଯୁବକକୁ ଅପହରଣ କରିଥିବା ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଅପହରଣକାରୀ କଟକ ଜିଲ୍ଲା ନିଆଳି ଥାନା ରତନପୁର ଗ୍ରାମର ରାଜକିଶୋର ବେହେରା, ଓ ଜଗନ୍ନାଥ ବେହେରାଙ୍କୁ ଗିରଫ କରାଯାଇଛି । ଏମାନେ ମୁଣ୍ଡ ଜାମିନ୍‌ ଦେଢ଼ଲକ୍ଷ ରଖିଥିଲେ । ଅପହରଣକାରୀଙ୍କ ପରିବାର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି । ଅପହରଣକାରୀକୁ କୋର୍ଟଚାଲାଣ ପରେ ଜାମିନ୍‌ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ଗ୍ୟାଙ୍କ୍‌ ସଂପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । କାଠ ପରିବହନକୁ ନେଇ ଏପରି ଅପହରଣ କରାଯାଇଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନ ଜମରା ଗ୍ରାମର ମନୋଜ କୁମାର ମହାରଣା ଭୁବନେଶ୍ୱର ବାଲିଅନ୍ତା ଥାନା ରଙ୍ଗ ବଜାରରେ ଘରଭଡ଼ା ନେଇ ପରିବାର ସହିତ ରହୁଛନ୍ତି । ନିମାପଡ଼ା ଅଞ୍ଚଳରେ କାଠମିସ୍ତ୍ରୀ ଭାବେ କାର୍ୟ୍ୟ କରି ଆସୁଥିଲେ । ଦୁଇଦିନ ତଳେ ମନୋଜ ନିମାପଡ଼ା ଆସିଥିବା ବେଳେ ପରିବାରଙ୍କ ସହିତ କୌଣସି ଯୋଗାଯୋଗ କରିନଥିବାରୁ ପରିବାର ଚିନ୍ତାରେ ରହିଥିଲେ । ଗତ ଗୁରୁବାର ସକାଳ ସମୟରେ ଏକ ଫୋନ୍‌ ଆସିଲା ମନୋଜଙ୍କ ବାପାଙ୍କ ପାଖକୁ ଦେଢ଼ଲକ୍ଷ ଟଙ୍କା ଦେଲେ ତୁମ ପୁଅକୁ ପାଇବ, ନହଲେ ମୁଣ୍ଡଗଣ୍ଡି ଅଲଗା କରିଦେବୁ । ଏହି ଘଟଣାରେ ମନୋଜଙ୍କ ଭାଇ ହରେକୃଷ୍ଣ ମହାରଣା ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ପୁଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର, ନିମାପଡ଼ା ଥାନା ଆଇଆଇସି କୋଣାର୍କ ଥାନା ଆଇଆଇସିଙ୍କୁ ନେଇ ଏକ ଟିମ୍‌ ଗଠନ କରିଥିଲେ । ଏହି ଟିମ୍‌ରେ ଏକ ସେକ୍ସନ୍‌ ଫୋର୍ସ ରହିଥିଲେ । ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ପୁଲିସ ଜାଣିବାକୁ ପାଇଲା କୋଣାର୍କ ଥାନା ଅଞ୍ଚଳର ଏକ ଗାଁରେ ଅଭିଯୁକ୍ତ ଅପହରଣକାରୀ ମନୋଜଙ୍କୁ ରଖିଛନ୍ତି । ଗୁରୁବାର ବିଳମ୍ବିତ ରାତ୍ରରେ ପୋଲିସ ଚଢ଼ଉ କରି ଏକ ପରିତ୍ୟକ୍ତ ଗୃହରେ ଥିବା ମନୋଜଙ୍କୁ ଉଦ୍ଧାର କରି ଅପହରଣକାରୀଙ୍କୁ ଗିରଫ କରିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!