Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଟ୍ରିମୋନିଆଲ୍‌ ସାଇଟ୍‌ର ଆଉ ଜଣେ କୁଖ୍ୟାତ ଠକ: ବାହା ହେବାକୁ କହି ୧୦୦ରୁ ଅଧିକ ଯୁବତୀଙ୍କୁ ଲୁଟ୍

by ସଞ୍ଜୟ ସ୍ୱାଇଁ
May 14, 2022
in Crime, State
ମାଟ୍ରିମୋନିଆଲ୍‌ ସାଇଟ୍‌ର ଆଉ ଜଣେ କୁଖ୍ୟାତ ଠକ: ବାହା ହେବାକୁ କହି ୧୦୦ରୁ ଅଧିକ ଯୁବତୀଙ୍କୁ ଲୁଟ୍
114
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିବାହର ପ୍ରତିଶ୍ରୁତି ଦେଇ ୧୦ ରାଜ୍ୟର ୧୦୦ରୁ ଅଧିକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା କୁଖ୍ୟାତ ଠକକୁ ଗିରଫ କରିଛି ଦିଲ୍ଳୀ ପୁଲିସ୍‌ । ସେ ହେଲେ କେନ୍ଦୁଝରର ଫରହାନ୍‌ ତସିର ଖାନ୍‌ (୩୫) । ୨ ମାସ ହେବ ତାକୁ ପୁଲିସ ଖୋଜୁଥିଲା । ଗୁରୁବାର ରାତିରେ ଦିଲ୍ଳୀ ପାହାଡ଼ଗଞ୍ଜର ଏକ ହୋଟେଲ୍‌ରୁ ପୁଲିସ ତାକୁ ଗିରଫ କରିଥିଲା । ବହୁ ବିବାହ କ୍ଷେତ୍ରରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଳା କାରନାମା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ଫରହାନ୍‌ର କାରନାମା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ଫରହାନ୍‌ ବିବାହିତ । ପରିବାରରେ ପତ୍ନୀ ଓ ଗୋଟିଏ ସନ୍ତାନ ଅଛନ୍ତି । ଦେଢ଼ ବର୍ଷ ତଳେ ଫରହାନ୍‌ ମୁଣ୍ଡରେ ଠକେଇର ନୂଆ ଆଇଡିଆ ପଶିଥିଲା । ସେ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ବିଭିନ୍ନ ନାମରେ ଅନେକ ଆକାଉଣ୍ଟ୍‌ ଖୋଲିଥିଲା । ଦାମୀ ଗାଡ଼ି ସମ୍ମୁଖରେ ଠିଆ ହୋଇ ନିଜ ପ୍ରୋଫାଇଲ୍‌ ଫଟୋ ରଖି ନିଜକୁ ବ୍ୟବସାୟୀ ବୋଲି ପରିଚୟ ଦେଇଥିଲା । ତା ପ୍ରୋଫାଇଲ୍‌କୁ ପସନ୍ଦ କରୁଥିବା ଯୁବତୀଙ୍କ ସହ ଫରହାନ ଫୋନ୍‌ରେ କଥା ହେଉଥିଲେ । ବିବାହ ପ୍ରଲୋଭନ ଦେଖାଇ ପ୍ରଥମେ ବିଭିନ୍ନ ଲୋଭନୀୟ ଗିଫ୍ଟ ଦେଉଥିଲା । ତା’ପରେ ମଉକା ଦେଖି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିଲା । ଏମିତି ଢଙ୍ଗରେ ସେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଗୁଜରାଟ୍‌, ଦିଲ୍ଳୀ, ପଞ୍ଜାବ, ମୁମ୍ବାଇ ଓ କର୍ଣ୍ଣାଟକର ୧୦୦ ଜଣଯୁବତୀଙ୍କ ଠାରୁ ଅଢ଼େଇ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛି । ଏନେଇ ବିଭିନ୍ନ ରାଜ୍ୟର ଥାନାରେ ଅଭିଯୋଗ ହୋଇଛି । ହେଲେ ବାରମ୍ବାର ଫରହାନ୍‌ ଫୋନ୍‌ ନମ୍ବର ବଦଳାଉ ଥିବାରୁ ତାକୁ ଧରିବା ପୁଲିସ୍‌ ପାଇଁ କଷ୍ଟ ହେଉଥିଲା । କିଛି ଦିନ ତଳେ ଦିଲ୍ଳୀ ଏମସ୍‌ର ଜଣେ ମହିଳା ଡାକ୍ତର ଫରହାନ୍‌କୁ ମାଟ୍ରିମନିଆଲ୍‌ ସାଇଟ୍‌ରେ ପସନ୍ଦ କରିଥିଲେ । ବିବାହ ପାଇଁ ତାରିଖ ଠିକ୍‌ ହୋଇଥିଲା । ଫରହାନ୍‌ ତାଙ୍କୁ କହିଥିଲା ସେ ଚେନ୍ନାଇରେ ରହୁଛନ୍ତି । ବାହାଘର ପାଇଁ ସୁନା କିଣିବାକୁ କହି ଡାକ୍ତରଙ୍କ ଠାରୁ ଫରହାନ୍‌ ୧୫ ଲକ୍ଷ ଟଙ୍କା ଆଣିଥିଲା । ତା’ପରେ ଫୋନ୍‌ ବନ୍ଦ କରି ଫେରାର ହୋଇ ଯାଇଥିଲା । ଏହାପରେ ମହିଳା ଡାକ୍ତର ଦିଲ୍ଲୀ ପାହାଡ଼ଗଞ୍ଜ ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ୍‌ ତାଙ୍କୁ ଧରିବାରେ ଫେଲ୍‌ ମାରିଥିଲା । ମାର୍ଚ୍ଚ ମାସରେ କୋଲକାତା ବାବୁଘାଟ ଥାନାଞ୍ଚଳରେ ମଧ୍ୟ ଜଣେ ଯୁବତୀଙ୍କଠୁ ୫ ଲକ୍ଷ ଠକେଇ କରିଥିବା ଥାନାରେ ଏତଲା ହୋଇଥିଲା । ବୁଧବାର କୋଲକାତା ପୁଲିସ୍‌ ଫରହାନ୍‌ ବିଷୟରେ ଖବର ପାଇ ତାକୁ ଧରିବାକୁ ଯୋଜନା କରିଥିଲା । ସେ ସେଠାରୁ ବିମାନରେ ଖସି ଦିଲ୍ଳୀ ପଳାଇଥିଲା । କୋଲକାତା ପୁଲିସ୍‌ ଦିଲ୍ଳୀ ପୁଲିସ୍‌ ସହ ଯୋଗାଯୋଗ କରି ପାହାଡଗଞ୍ଜର ଏକ ହୋଟେଲ୍‌ରେ ଚଢ଼ଉ କରି ତାକୁ ଗିରଫ କରିଥିଲା । ତା’ଠାରୁ ୫ଟି ମୋବାଇଲ, ୨୦ରୁ ଅଧିକ ସିମ୍‌ କାର୍ଡ, ୪ଟି ଏଟିଏମ୍‌ କାର୍ଡ ଜବତ କରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!