ଲମତାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ରେଡ୍ ବେଳେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲ ଗାଁରେ ପୋଲିସ ଚଢାଉ କରିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗାଁ ଲୋକଙ୍କ ହାବୁଡ଼ରେ ପଡି ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ମାଛକୁଣ୍ଡ ଥାନା ମାଟିଖାଲ ଗାଁରେ ଗଞ୍ଜେଇ କାରବାର ହେଉଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ପୋଲିସ ଗାଁରେ ପହଞ୍ଚି ପ୍ରଥମେ କିଛି ଲୋକଙ୍କ ଘରର କବାଟ ବାଡେଇଥିଲା। ଏହି ସମୟରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ। ପୋଲିସ ଲୋକଙ୍କୁ ଭୟଭୀତ କରିବା ପାଇଁ ଶୂନ୍ୟରେ ୮ରୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲା। ହେଲେ ଗ୍ରାମବାସୀମାନେ ଏଥିରେ ଭୟଭୀତ ନହୋଇ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପଟେ ପୋଲିସ ବ୍ୟବହାର କରୁଥିବା ୨ଟି ବାଇକକୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମଧ୍ୟ ରାତ୍ରରେ ମାଟିଖାଲ ଗାଁରେ ପୋଲିସ ନାଁରେ ଡକାୟତ ମାନେପଶି ଡ଼କାୟତ କରୁଥିବା ଯୋଗୁଁ ଗ୍ରାମବାସୀ ପ୍ରତିବାଦ କରିଥିଲେ । ଗାଁ ଲୋକଙ୍କୁ ପୋଲିସ କର୍ମଚାରୀମାନେ ଓଲଟା ଭୟଭୀତ କରିଥିଲେ ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କହିଛନ୍ତି । ଏପଟେ ଅଟକ ପୋଲିସ କର୍ମଚାରୀ କହିଛନ୍ତି ମାଲକାନଗିରି ଜିଲ୍ଲା ଝଊଚଙଙ୍କ ନିର୍ଦ୍ଦେଶରେ ମାଟିଖାଲ ଗାଁରେ ଗଞ୍ଜେଇ ରହିଥିବା ନେଇ ଖବର ପରେ ରେଡ ହୋଇଥିଲା ।






