Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଡ୍‌ ରୁମ୍‌ର ଗୁପ୍ତ କୋଠରୀରେ ପ୍ରସ୍ତୁତ ହେଉଥିଲା ମଦ

by ସଞ୍ଜୟ ସ୍ୱାଇଁ
May 12, 2022
in Crime, State
ବେଡ୍‌ ରୁମ୍‌ର ଗୁପ୍ତ କୋଠରୀରେ ପ୍ରସ୍ତୁତ ହେଉଥିଲା ମଦ
154
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ବେଡ୍‌ ରୁମ୍ ତଳେ ତିଆରି ହୋଇଛି ଗୁପ୍ତ କୋଠରୀ। ଗୁପ୍ତ କୋଠରୀରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ହେଲେ ଏ ଖବର ପହଞ୍ଚିଥିଲା ଅବକାରୀ ବିଭାଗ ଓ ପୁଲିସ୍ ପାଖରେ। ଆଉ ସେମାନେ ସେଠାରେ କରିଥିଲେ ମିଳିତ ଚଢ଼ାଉ। ସେମାନେ ପୋଚ ଓ ରନ୍ଧା ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି। ଘଟଣାଟି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ରାଜୋଡ଼ା ଗାଁର। ଗିରଫ ଅଭିଯୁକ୍ତଙ୍କ ନାଁ ରାମକୃଷ୍ଣ ବିଶୋୟୀ। ଅବକାରୀ ବିଭାଗ ଓ ପୁଲିସ୍‌ର ଚଢ଼ାଉ ବେଳେ ସେ ଘରେ ଅନୁପସ୍ଥିତ ଥିଲେ। ତାଙ୍କ ଘରୁ ମିଳିତ ଟିମ୍ ୧୫୦୦ ଲିଟର ପୋଚ ଓ ୫୩ ଲିଟର ରନ୍ଧା ମଦ ଜବତ କରି ନଷ୍ଟ କରିଥିଲା। ଏହା ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଅନ୍ୟାନ୍ୟ ଉପକରଣ ଜବତ କରିଛି। କୋଷାଗୁମୁଡ଼ା ପୁଲିସ୍ ରାମକୃଷ୍ଣଙ୍କ ପତ୍ନୀଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ରାମକୃଷ୍ଣ ଥାନାକୁ ଆସିବା ପରେ ତାଙ୍କ ପତ୍ନୀଙ୍କୁ ପୁଲିସ୍ ଛାଡ଼ି ଦେଇଥିଲା। ପୁଲିସ୍ ରାମକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାଛଡ଼ା ଅବକାରୀ ବିଭାଗ ଓ ପୁଲିସ୍‌ର ମିଳିତ ଟିମ୍ ନେଇଗାଁ, ଦାଡ଼ିଆଗୁଡ଼ା ଓ ରାଜୋଡ଼ା ଗାଁରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ଜବତ କରିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!