ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ୧ କେଜି ୪୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏଥିସହ ଖୋର୍ଦ୍ଧା ଅଞ୍ଚଳରୁ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଏସଟିଏଫ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ବେଗୁନିଆ ଗୋଡା ଲୋକନାଥ ସାହିର ରଞ୍ଜନ ପାଟ୍ଟଶାଣୀ ଓ ଲକ୍ଷ୍ମୀଧର ସ୍ବାଇଁ ଓ ବାଙ୍କି ହରିରାଜପୁରର ଅମରେନ୍ଦ୍ର ମହାପାତ୍ର । ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୪୨ ଲକ୍ଷ ଟଙ୍କା ହେବ। ଏ ନେଇ ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।






