Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ

by ସଞ୍ଜୟ ସ୍ୱାଇଁ
August 14, 2021
in Crime, State
ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ
407
VIEWS
Share on FacebookShare on Twitter

ଝାରସୁଗୁଡା, (ବାଘୁଆବାର୍ତ୍ତା): ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ। ଯିଏ ଜନ୍ମ ଦେଲା, ତାକୁ ବି ମାରିବାକୁ ପଛାଇ ନାହାନ୍ତି ଝିଅ। ଏପରି ଏକ ନିନ୍ଦନୀୟ ଘଟଣା ଝାରରସୁଗୁଡା ସହରରେ ଦେଖିବାକୁ ମିଳିଛି। ଏପରିକି ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ । ସୌଭାଗ୍ୟବଶଃତ ବୃଦ୍ଧଜଣକ ବଞ୍ଚି ଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡା ସହର ନୂଆ କୋର୍ଟ ନିକଟରେ ଥିବା ଲେକଚର କଲୋନୀରେ ରୁହନ୍ତି କୈଲାସ ମେହର। କୈଳାସ ମାଂସ ବ୍ୟବସାୟ କରୁଥିବା ବେଳେ ଏକୁଟିଆ ରହୁଥିଲେ। ତାଙ୍କ ସ୍ତ୍ରୀ, ପୁଅ ବରଗଡ଼ରେ ରହୁଥିବା ବେଳେ ଝାରସୁଗୁଡା ସହରରେ ଅନ୍ୟତ୍ର ତାଙ୍କ ଏକ ଝିଅଜ୍ୱାଇଁ ରୁହନ୍ତି। ଅନ୍ୟ ଏକ ଝିଅ ବିବାହ କରି ନ ଥିବା ବେଳେ ସେ କିନ୍ତୁ ନିଜ ବାପାଙ୍କଠାରୁ ଅଲଗା ରୁହନ୍ତି । ହେଲେ ଝିଅମାନେ ପୂର୍ବରୁ ବହୁ ଥର ବାପାଙ୍କୁ ଟଙ୍କା ମାଗି ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଗୁରୁବାର ରାତି ପ୍ରାୟ ୮ଟାରେ ହଠାତ୍‌ ଝିଅଜ୍ୱାଇଁ, ଅବିବାହିତ ଝିଅ ଓ ଅନ୍ୟ ଜଣେ ଯୁବକ ଘରେ ପହଞ୍ଚି କୈଳାସଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟଙ୍କା ନ ଥିବା କୈଳାସ କହିବାରୁ ସେମାନଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା। ଏହାପରେ ସେମାନେ କୈଳାସଙ୍କୁ ମାରପିଟ କରିବା ସହ ଘରେ ବନ୍ଦ କରି ପ୍ରେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ। କୌଶଳ କ୍ରମେ କୈଳାସ ଘରୁ ବାହାରକୁ ଯାଇ ଫୋନ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ୍‌କୁ ଫୋନ୍‌ କରି ଘଟଣା ଜଣାଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଘରର ବହୁ ଜିନିଷପତ୍ର ପୋଡ଼ି ଯାଇଛି। ଏହି ଅଭିଯୋଗରେ ପୁଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ କୈଳାସ ମେହେର କହିଛନ୍ତି, ମୋ ଝିଅଜ୍ୱାଇଁ ମୋତେ ମାରିଦେବାକୁ ପୂର୍ବରୁ ଧମକ ଦେଉଥିଲେ। ଗୁରୁବାର ଆସି ଘର ଭିତରେ ପଶାଇ ବାହାରେ ନିଆଁ ଲଗାଇ ଦେଲେ। ମୋ’ ଜୀବନପତ୍ର ବିପଦ ଅଛି। ମୁଁ ଭୟଭୀତ ହୋଇ ବଞ୍ଚୁଛି। ତେଣୁ ଜିନିଷପତ୍ର ନେଇ ଅନ୍ୟତ୍ର ପଳାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!