Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର, ଡ୍ରାଇଭର ହୋଇ ଘରେ ରହି ଘରୁ ଚୋରି କରିଥିଲା

by ସଞ୍ଜୟ ସ୍ୱାଇଁ
August 13, 2021
in Crime, State
ବିଶ୍ୱାସରେ ବିଷ ଦେଲା ଡ୍ରାଇଭର, ଡ୍ରାଇଭର ହୋଇ ଘରେ ରହି ଘରୁ ଚୋରି କରିଥିଲା
423
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଡ୍ରାଇଭର ହୋଇ ଘରେ ରହିଥିଲା। ବିଶ୍ୱାସ କରି ନିଜ ଘରର ଚାବି ଦେଇଥିଲେ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆ। ହେଲେ ତାଙ୍କ ବିଶ୍ୱାସରେ ବିଷ ଦେଲା ଡ୍ରାଇଭର ସୁମନ। ସମସ୍ତେ ଶୋଇଯିବା ପରେ ଠାକୁରଙ୍କ ବେକରୁ ଗହଣା ଚୋରି କରିନେଥିଲା। ଏବେ ସେ ପୁଲିସ ପଞ୍ଝାରେ ପଡ଼ିଛି। ପୁଲିସ ତାକୁ ଗିରଫ କରିବା ସହିତ ୨୨ଟି ସୁନା ଚେନ୍‌ ଜବତ କରିଛି। ସୁମନ ଘର ଗଞ୍ଜାମରେ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଶ୍ରୀ ବେଉରିଆଙ୍କ ଘରେ ଗାଡ଼ି ଚାଳକ ଭାବେ କାମ କରୁଥିଲେ। ଚାକିରିରୁ ଅବସର ପରେ ରାଷ୍ଟ୍ରଦୂତ ଅବସର ବେଉରିଆ ସହିଦ୍‌ ନଗର ଥାନା ଅଞ୍ଚଳରେ ଥିବା ନିଜ ଘରେ ରହୁଥିଲେ। ଘରେ ଶ୍ରୀ ବେଉରିଆ, ତାଙ୍କ ପତ୍ନୀଙ୍କ ବ୍ୟତୀତ ମାଳି ଓ ଗାଡ଼ି ଚାଳକ ସୁମନ୍‌ ରୁହନ୍ତି। କିଛିଦିନ ତଳେ ଶ୍ରୀ ବେଉରାଙ୍କ ଘରୁ ଚୋରି ହୋଇଥିଲା। ଏନେଇ ସେ ସହିଦ୍‌ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘରର ଝରକା ବା କବାଟ ଭଙ୍ଗା ଯାଇନଥିବାରୁ କୌଣସି ପରିଚିତ ଲୋକ ଚୋରି କରିଥିବା ପୁଲିସ ସନ୍ଦେହ କରିଥିଲା। ଏହା ପରେ ପୁଲିସର ସନ୍ଦେହୀ ଆଖି ଯାଇଥିଲା ଡ୍ରାଇଭର ସୁମନ ଉପରକୁ। ତା’ପରେ ପୁଲିସ ତାକୁ ନେଇ ପଚରାଉଚରା କରିଥିଲା। ମରାଥନ ପଚରାଉଚରା ପରେ ସେ ଚୋରି କରିଥିବା ସ୍ୱୀକାର କରିଥିଲା। ଘରେ ସମସ୍ତେ ଶୋଇପଡ଼ିବାର ସୁଯୋଗ ନେଇ ସୁମନ ଠାକୁରଙ୍କ ଦେହରେ ଲାଗିଥିବା ସୁନା ଅଳଙ୍କାର ଚୋରି କରିଥିବା ମାନିଥିଲା। ଏହା ପରେ ପରେ ତାଙ୍କ ଘରୁ ଚୋରି ହୋଇଥିବା ୨୨ ସୁନା ଚେନ୍‌ ଜବତ କରିଛି। ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ପୁଲିସ ତାହା ଉପରେ ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!