Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମି ଅସଲି, ହେଲେ ଚାଷୀ ନକଲି

by ସଞ୍ଜୟ ସ୍ୱାଇଁ
August 13, 2021
in Crime, State
ଜମି ଅସଲି, ହେଲେ ଚାଷୀ ନକଲି
125
VIEWS
Share on FacebookShare on Twitter

ବଲାଙ୍ଗିର/କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା ଉପରେ ପଡ଼ିଛି ନକଲି ଚାଷୀଙ୍କ ଆଖି। ଜମିରେ ଝାଳ ବୁହାଇ ଫସଲ ଅମଳ କରୁଥିବା ଚାଷୀ ଚାଷ ଉଜୁଡ଼ି ଗଲେ ମୁଣ୍ଡରେ ହାତ ଦେଉଥିବା ବେଳେ ବୀମା କରି ନକଲି ଚାଷୀ କିନ୍ତୁ ମାଲେମାଲ ହେଉଛନ୍ତି। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଏପରି ଲୁଟ୍ କରି ଚାଲିଛନ୍ତି ଦଲାଲ ଓ ଏଜେଣ୍ଟ । ଏପରି ସାଂଘାତିକ ଚଞ୍ଚକତା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ହୋଇଥିବା ନଜରକୁ ଆସିଛି। ଏନେଇ ବାରମ୍ବାର କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଥାନାରେ ପହଞ୍ଚିଥିଲେ ଚାଷୀ । ଏହାପରେ ଜଣଙ୍କ ପରେ ଜଣେ ନକଲି ଚାଷୀ, ଦଲାଲ ଓ ଏଜେଣ୍ଟଙ୍କୁ ମିଶାଇ ସମୁଦାୟ ୧୦ ଜଣଙ୍କୁ ଗିରଫ କରିଛି ପୁଲିସ୍‌ । ନକଲି ଚାଷୀମାନେ ଅସଲି ଚାଷୀଙ୍କୁ ଚକମା ଦେଇ ସେମାନଙ୍କ କୃଷି ବୀମା ହଡ଼ପ କରିବା ଅଭିଯୋଗ ହେବା ପରେ ବେଳପଡା, କଣ୍ଟାବାଞ୍ଜି, ଖପ୍ରାଖୋଲ, ବଙ୍ଗମୁଣ୍ଡା ଅଂଚଳରୁ ୧୦ ଜଣ ନକଲି ଚାଷୀଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ତାଲିକାରେ କେବଳ ଚାଷୀ ନାହାନ୍ତି, କମନ୍ ସର୍ଭିସ ସେଣ୍ଟର ମାଲିକ ବି ରହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!