ଭୁବନେଶ୍ବର, (ବାଘୁଆବାର୍ତ୍ତା): ଲୋନ୍ ଦେବା ନାଁରେ ଠକେଇ । ୫ କିସ୍ତିରେ ଆକାଉଣ୍ଟରୁ ଲୁଟି ନେଇଛନ୍ତି ୩୬ ହଜାର ଟଙ୍କା । ଲୋନ୍ ବାହାନାରେ ଫିଙ୍ଗର ପ୍ରିଣ୍ଟ ନେଇ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି ଏଜେଣ୍ଟ । ମଞ୍ଚେଶ୍ବର ଭାରତ ଫାଇନାନ୍ସ ଏଜେଣ୍ଟଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି । ମହିଳାଙ୍କୁ ଲୋନ୍ ପ୍ରଲୋଭନ ଦେଖାଇ ଅନେକ ଆକାଉଣ୍ଟରୁ ଗାଏବ କରିଛନ୍ତି ଟଙ୍କା । ଏଜେଣ୍ଟ ସୂର୍ୟ୍ୟ ରଞ୍ଜନ ପଟ୍ଟନାୟକ ନାଁରେ ମଞ୍ଚେଶ୍ବର ଥାନାରେ ଏତେଲା ଦିଆଯାଇଛି । ଏତଲାକୁ ଆଧାର କରି ତଦନ୍ତ ଜାରି ରଖିଛି ପୋଲିସ ।





