Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିପୁଳ ପରିମାଣର ବେଆଇନ୍‌ ଲୁହାପଥର ଚୋରା ଚାଲାଣ ବେଳେ ଜବତ କରିଛି ପୋଲିସ, ୩ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
August 11, 2021
in Crime, State
ବିପୁଳ ପରିମାଣର ବେଆଇନ୍‌ ଲୁହାପଥର ଚୋରା ଚାଲାଣ ବେଳେ ଜବତ କରିଛି ପୋଲିସ, ୩ ଜଣ ଗିରଫ
44
VIEWS
Share on FacebookShare on Twitter

ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ବେଆଇନ୍‌ ଭାବେ ବେଧଡ଼କ ଚାଲିଥିଲା ଲୁହାପଥର ଚୋରା ଚାଲାଣ । ଯାହା ଉପରେ ଆକ୍ସନକୁ ଆସିଛି ପୋଲିସ । ବେଆଇନ୍‌ ଲୁହାପଥର ଚାଲାଣ ଅଭିଯୋଗରେ ଅନେକ ଟ୍ରକକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରହିଛି । ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଗୋରୁମହିଷାଣି, ସୁଲେଇପାଟ ଓ ବାଦାମପାହାଡ଼ ଅଞ୍ଚଳରୁ ଦୀର୍ଘଦିନ ହେଲା ଲୌହ ପଥର ଝାଡ଼ଖଣ୍ଡକୁ ଚୋରାଚାଲାଣ ହେଉଥିଲା। ମଝିରେ ମଝିରେ ସ୍ପୋଶାଲ ସ୍କ୍ୱାର୍ଡ ଚଢାଉ କରି ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲା । କିନ୍ତୁ କେବଳ ଗିରଫରେ ହି କାର୍ୟ୍ୟାନୁଷ୍ଠାନ ରହିଯାଇଥିଲା । ପୋଲିସ ଜ୍ଞାତରେ ଏହି ଚୋରାଚାଲାଣ ଚାଲିଥିବାର ଅଭିଯୋଗ ଆସୁଥିଲା । ତେବେ ବାରମ୍ବାର ଖବର ପ୍ରସାରଣ ପରେ ବି ପୋଲିସ ହାତ ଧରି ବସୁଥିଲା । ଯାହାଫଳରେ ଅଞ୍ଚଳରେ ବଢିଚାଲିଥିଲା ଚୋରା ଚାଲାଣ । ତେବେ ନୂତନ ପୂର୍ବାଞ୍ଚଳ ଆଇଜି ହିମାଂଶୁଲାଲ ଯୋଗ ଦେବା ପରେ ଚୋରା ଚାଲାଣ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି । ମୟୁରଭଞ୍ଜର ନୂତନ ଏସପିଙ୍କ ନିର୍ଦେଶ କ୍ରମେ ଖଣି ପାର୍ଶ୍ଵ ଅଞ୍ଚଳରେ ବେଆଇନ ଭାବେ ବିପୁଳ ପରିମାଣର ଲୌହ ପଥର ଚୋରାଚାଲାଣ ବେଳେ ଜବତ କରିଛି ପୋଲିସ । ଏହାସହିତ ଏହି ଚୋରା କାରବାରରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଯାଏଁ ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଲୋକଙ୍କ ବିରୋଧରେ କେବେ କାର୍ୟ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!