ଜଳେଶ୍ୱର, (ବାଘୁଆବାର୍ତ୍ତା): ରାଇବଣିଆ ଥାନା ଶାଳବଣୀ ଅଞ୍ଚଳରେ ଜଳେଶ୍ୱର ଅବକାରୀ ବିଭାଗର ଚଢାଉ। ଶାଳବଣୀ ଅଞ୍ଚଳରୁ ପଶ୍ଚିମବଙ୍ଗ ରନ୍ଧା ଏକ ହଜାର ଲିଟର ଦେଶୀ ମଦ ଓ ଏକ ଟାଟା ଏସି ଗାଡ଼ି ଜବତ ହୋଇଛି। ଏହା ସହ ୨ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବାଲେଶ୍ୱର ଜିଲ୍ଲା ଅବକାରୀ ଡ଼େପୁଟି କମିଶନର ଅଶୋକ କୁମାର ଶତପଥୀ ଓ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସୁଶାନ୍ତ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବକାରୀ ଉପନିରୀକ୍ଷକ ଦେବେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୭ ଜଣିଆ ଟିମ୍ ରାଇବଣିଆ ଥାନା ଶାଳବଣି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ଧୂମସାହି ଅଞ୍ଚଳରୁ ଏକ ଟାଟା ଏସି ଚାରି ଚକିଆ ଗାଡ଼ି ଆସୁଥିବା ସମୟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢାଉ ବେଳେ ଟାଟା ଏସିରୁ ୧୦ଟି ଜରି ବସ୍ତାରେ ୧୦ଟି ଟ୍ଵିବ୍ରୁ ଏକ ହଜାର ପଶ୍ଚିମବଙ୍ଗ ରନ୍ଧା ଦେଶୀ ମହୁଲି ମଦ ଜବତ ହୋଇଛି। ପ୍ରାୟ ଏକ ହଜାର ଲିଟର ଦେଶୀ ମଦ ଓ ମହିନ୍ଦ୍ରା ଟାଟା ଏସି ଗାଡି ଜବତ କରିବା ସହିତ ୨ ଜଣ ପଶ୍ଚିମବଙ୍ଗ ମଦ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ମଦ ବେପାରୀମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ହେମେନ୍ଦ୍ର ମାହତ ଓ ସଞ୍ଜିତ ମାହତ।





