Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅସଲି ଜମିରେ ନକଲି ଚାଷୀ ବୀମା, ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

by ସଞ୍ଜୟ ସ୍ୱାଇଁ
August 10, 2021
in Crime, State
ଅସଲି ଜମିରେ ନକଲି ଚାଷୀ ବୀମା, ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
178
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଗତ କିଛି ଦିନ ହେଲା ଅସଲି ଚାଷୀଙ୍କ ଜମିରେ ନକଲି ଚାଷୀ ବୀମା କରୁଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯେଉଁ ମାନେ ଏହି ୪୨୦ କାରବାରରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସମୟରେ ଏହି ଘଟଣାରେ କଣ୍ଟାବାଞ୍ଜି ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ସମସ୍ତଙ୍କ ଜାମିନ ନାମଞ୍ଜୁର ହୋଇଥିବା ଯୋଗୁଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଚାଉଲଶୁଖାଁ ଗାଁର ଜଣେ ଚାଷୀ ତାଙ୍କ ଜମିରେ ଅନ୍ୟମାନେ କୃଷି ବୀମା କରିଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ଚଳିତ ମାସ ୩ ତାରିଖରେ ପୋଲିସ ଏହି ମାମଲାରେ ଚାଉଲଶୁଖାଁ ଗାଁର ଦେବେନ୍ଦ୍ର ମେହେର, ବିଶିକେଶନ ମେହେର ଓ ଭାଲୁମୁଣ୍ଡା ଗାଁର ଅର୍ଜୁନ ମହେରଙ୍କୁ ଗିରଫ କରାଯାଇଥିଲା । ୭ ତାରିଖ ଚାଉଲଶୁଖାଁ ଧନୁର୍ୟ୍ୟୟ ମେହେରଙ୍କ ଅଭିଯୋଗ କ୍ରମେ କଣ୍ଟାବାଞ୍ଜି ରୋଡ୍ ନମ୍ବର ୪ରେ ଥିବା ସିଏସସି ମାଲିକ ସଞ୍ଜୟ ପଣ୍ଡା, ମୁରିବାହାଲ ବ୍ଲକ୍ ବଡ ସାଇମରା ସିଏସସି ମାଲିକ ନିରଞ୍ଜନ ମେହେର, ବଙ୍ଗୋମୁଣ୍ଡା ବ୍ଲକ୍ ବେଲପଡା ସିଏସସି ମାଲିକ ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଥିଲା । ନକଲି ଚାଷୀମାନେ ଏହିସବୁ ସିଏସସି ସେଣ୍ଟରରୁ ଅନଲାଇନରେ କୃଷି ବୀମା କରାଇଥିଲେ । ତୁରେକେଲା ବ୍ଲକ୍ ଡଙ୍ଗାମରା ଗାଁର ଛବିମୟ ପୁଟେଲ କଣ୍ଟାବାଞ୍ଜି ଥାନାରେ ୫ ଗୋଟି ପ୍ଲଟରେ ଅନ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ୯ ତାରିଖ ଚାଉଲଶୁଖାଁର ଗାଁର ସିଏସସି ମାଲିକ ବୈଲୋଚନ ମେହେର, ଦଲାଲ ପ୍ରହଲ୍ଲାଦ ମେହେର, ଯଦୁପତି ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅସଲି ଚାଷୀଙ୍କ ଅଭିଯୋଗ ପରେ ପୋଲିସ ନକଲି ଚାଷୀ, ଦଲାଲ ଏବଂ ସିଏସସି ମାଲିକମାନଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଉଥିବା ବେଳେ ଯେଉଁମାନେ ଏଭଳି କାରବାରରେ ସଂପୃକ୍ତ ଅଛନ୍ତି ସେମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳୁଛି । ପୋଲିସ ଅଧିକାରୀ ସତ୍ୟଜିତ କନ୍ଦେକକେଲଙ୍କୁ ଯୋଗୁଁ ଅସଲି ଲୋକଙ୍କ ଚାଷ ଜମିରେ ନକଲି ଚାଷୀ ୪୨୦ କରି ବୀମା କରି ଗିରଫ ହେଉଥିବା ଯୋଗୁଁ ଚାଷୀମାନେ ଖୁସି ହେବା ସହ ଧନ୍ୟବାଦ ଦେଉଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!