Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖେଳାଳିକୁ ଯୌନ ନିର୍ୟାତନା ଦିଆଯାଇଥିବା ଅଭିଯୋଗ : ନାବାଳକ ଖେଳାଳିଙ୍କ ଗୁପ୍ତାଙ୍ଗରେ ଅମୃତାଞ୍ଜନ ବୋଳି ଦେଲେ ସିନିୟର ଖେଳାଳି

by ସଞ୍ଜୟ ସ୍ୱାଇଁ
April 12, 2022
in Crime, Sports, State
ଖେଳାଳିକୁ ଯୌନ ନିର୍ୟାତନା ଦିଆଯାଇଥିବା ଅଭିଯୋଗ : ନାବାଳକ ଖେଳାଳିଙ୍କ ଗୁପ୍ତାଙ୍ଗରେ ଅମୃତାଞ୍ଜନ ବୋଳି ଦେଲେ ସିନିୟର ଖେଳାଳି
33
VIEWS
Share on FacebookShare on Twitter

ଭୁବନେଶ୍ୱର/ରାଉରକେଲା, (ବାଘୁଆବାର୍ତ୍ତା): ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା ବଦନାମ ମୁଣ୍ଡାଇଛି । ଇଭେଣ୍ଟ ବେଳେ ଜଣେ ନାବାଳକ ଖେଳାଳିକୁ ଯୌନ ନିର୍ୟାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଲଙ୍ଗ୍‌ ଜମ୍ପ ଇଭେଣ୍ଟରେ ଖରାପ ପ୍ରଦର୍ଶନ ଯୋଗୁଁ ସଂପୃକ୍ତ ନାବାଳକ ଖେଳାଳିଙ୍କ ଗୁପ୍ତାଙ୍ଗରେ ଅମୃତାଞ୍ଜନ ଲଗାଇ ଦେଇଥିଲେ । ନାବାଳକ ଭୋଗୁଥିବା ଯନ୍ତ୍ରଣାର ଦୃଶ୍ୟକୁ ଭିଡିଓ କରି ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି । ଇନ୍‌ଫୋସିଟି ଥାନା ପୁଲିସ ନଶୁଣିବାରୁ ନାବାଳକର ବାପା’ମା ସୋମବାର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୁଲିସ ତତ୍ପର ହୋଇ ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଆଶିଷ ପାତ୍ର, ଜଗନ୍ନାଥ ଦାସ ଓ ସୁରଜ ଠାକୁର । ଆଶିଷ ହେଉଛନ୍ତି ପୀଡି଼ତଙ୍କ ଲଙ୍ଗ ଜମ୍ପ କୋଚ୍‌ । ସେ କୋରାପୁଟରେ ଡାକ ବିଭାଗର କର୍ମଚାରୀ । ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଦଫା ୩୪୨ (ଅନାଯ୍ୟ ଅବରୋଧ), ୩୨୩ (ସ୍ୱେଚ୍ଛାରେ ଆଘାତ ଦେବା), ୫୦୬ (ଅପରାଧିକ ଭୟ ପ୍ରଦର୍ଶନ), ୩୪ (ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି) ସହ ଆଇଟି ଆକ୍ଟ ସେକ୍ସନ ୬୭ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ସେକ୍ସନ ୭୫ ଲଗାଯାଇଛି । ସୂଚନା ମୁତାବକ, ପୀଡ଼ିତ ଆଥଲେଟ୍‌ଙ୍କ ଘର ରାଉରକେଲା ଅଞ୍ଚଳରେ । ସେ ଦଶମ ଶ୍ରେଣୀର ଛାତ୍ର । ତାଙ୍କ ବାପା ଓ ମା’ ଉଭୟେ ରାଉରକେଲା ରିଜର୍ଭ ପୁଲିସରେ ହାବିଲଦାର ଭାବେ କାର୍ୟ୍ୟରତ ।ଗତ ୮ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ରାଜ୍ୟ ଆଥଲେଟିକ୍‌ ମିଟ୍‌ ଚାଲିଥିଲା । ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ପକ୍ଷରୁ ପୀଡି଼ତ ଓ ଅଭିଯୁକ୍ତଙ୍କ ସମେତ ୧୫ ଜଣିଆ ଟିମ୍‌ ଆଥ୍‌ଲେଟ୍‌ ମିଟ୍‌ରେ ଭାଗ ନେଇଥିଲେ । ଲଙ୍ଗ ଜମ୍ପ ଇଭେଣ୍ଟରେ ଭାଗ ନେଇଥିବା ସଂପୃକ୍ତ ନାବାଳକ ପ୍ରଥମଥର ପାଇଁ ଆଥ୍‌ଲେଟ ମିଟ୍‌ରେ ଭାଗ ନେଇଥିଲା । ୯ ତାରିଖରେ ଇଭେଣ୍ଟ ସରିବା ପରେ ତାଙ୍କ ଉପରେ ଯୌନ ନିର୍ୟାତନା ଆରମ୍ଭ ହୋଇଥିଲା । ନାବାଳକର ବାପା’ମା ଗଣମାଧ୍ୟମକୁ କହିଛନ୍ତି, ଲଙ୍ଗ ଜମ୍ପ୍‌ ଇଭେଣ୍ଟରେ ପୁଅ ଭଲ ପ୍ରଦର୍ଶନ କରି ପାରିଲାନି । ଇଭେଣ୍ଟ ପରେ ସିନିୟରମାନେ ତାକୁ ଡାକି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । କିନ୍ତୁ ରବିବାର ରାତିରେ ନିର୍ୟାତନାର ସୀମା ଟପିଥିଲା । ସେହି ରାତିରେ ଷ୍ଟିଲ୍‌ପ୍ଲାଣ୍ଟର କୋଚ୍‌ ପଞ୍ଚାୟତ ଗନ୍ତାୟତଙ୍କ ରୁମ୍‌ରେ ଏକ ବାର୍ଥ ଡେ’ ପାର୍ଟି ଚାଲିଥିଲା । ଅଭିଯୁକ୍ତ ଆଶିଷ, ଜଗନ୍ନାଥ, ସୁରଜଙ୍କ ସହ ଷ୍ଟିଲ୍‌ ପ୍ଲାଣ୍ଟ ଟିମ୍‌ ମ୍ୟାନେଜର ବିକ୍ରମ ମାଝି ଓ ଅନ୍ୟ ଏକ ଜଣେ କର୍ମଚାରୀ ପ୍ରସନ୍ନ ଠାକୁର ଉକ୍ତ ପାର୍ଟିରେ ଉପସ୍ଥିତ ଥିଲେ । ସମସ୍ତେ ପ୍ରଚୁର ମଦ ପିଇବା ପରେ ନାବାଳକକୁ ରୁମ୍‌କୁ ଡକାଯାଇଥିଲା । ରାତି ସାଢେ ୮ଟାରୁ ସାଢେ ୯ଟା ଯାଏଁ ଜବରଦସ୍ତି ଅଟକାଇ ରଖିଥିଲେ । ଖରାପ ପ୍ରଦର୍ଶନ ପାଇଁ ସୁମନକୁ ପ୍ରଥମେ ଆଣ୍ଠୁଆ ବସାଇଥିଲେ । ପରେ ସମ୍ପୂର୍ଣ୍ଣ ନିବସ୍ତ୍ର କଲେ । ନିର୍ୟାତନା ଏତିକିରେ ସରିନଥିଲା । ନାବାଳକର ଗୁପ୍ତାଙ୍ଗରେ ଅମୃତାଞ୍ଜନ ବୋଳିଦେଲେ । ଫଳରେ ଭୀଷଣ ଯନ୍ତ୍ରଣାରେ ନାବାଳକ ଛାଟିପିଟି ହେବାକୁ ଲାଗିଲେ । ସିନିଅରମାନେ ସେମାନଙ୍କ ମୋବାଇଲ୍‌ରେ ଏହି ଦୃଶ୍ୟର ଭିଡିଓ ବନାଇଥିଲେ । ଏମିତିକି ଅଭିଯୁକ୍ତମାନେ ଭିଡିଓ କଲ କରି ସେମାନଙ୍କ ୨-୩ଜଣ ସାଙ୍ଗଙ୍କୁ ଏହି ଦୃଶ୍ୟ ଦେଖାଇଥିଲେ । ଏମିତି ନିର୍ୟାତନା ପରେ ନାବାଳକ ତା’ ମା’ଙ୍କୁ ଫୋନ୍‌ କରି ଢେର୍‌ କାନ୍ଦିଥିଲା । କହିଥିଲା, ମା’ଟ୍ଟ ଏମାନେ ମୋର ଇଜ୍ଜତ ନେଇଗଲେ । ମୁଁ ଆଉ ବଞ୍ଚିବିନି । ଏହାପରେ ନାବାଳକ ରୁମ୍‌ରେ ଆତ୍ମହତ୍ୟା ଉଦ୍ୟମ କରୁଥିଲା । କୌଣସିମତେ ହଷ୍ଟେଲ କର୍ମଚାରୀ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିଲେ । ପୀଡ଼ିତଙ୍କ ମା’ ଅଭିଯୋଗ ମୁତାବକ, ସେମାନେ ଗତକାଲି ଇନଫୋସିଟି ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ପ୍ରଥମେ ୪ ଜଣଙ୍କୁ ଥାନାରେ ଅଟକ ରଖିଥିଲା । ହେଲେ କାହା ଚାପରେ ପଡି଼ ସେମାନଙ୍କୁ ଛାଡ଼ି ଦେଇଛି । ଏମିତିକି ସେମାନଙ୍କୁ ଏତଲା ନକଲ ଦେଉନଥିଲା । ଡିସିପିଙ୍କ ହସ୍ତକ୍ଷେପ ପରେ ୩ଜଣଙ୍କୁ ଗିରଫ କରିଛି । ତଥାପି ନିର୍ୟାତନାରେ ସମ୍ପୃକ୍ତ ବିକ୍ରମ, ପଞ୍ଚାନନ ଓ ପ୍ରସନ୍ନଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!