ମାର୍ଶାଘାଇ, (ବାଘୁଆବାର୍ତ୍ତା): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚଁପୁର ଗାଁ ତଳସାହିରେ ରାସ୍ତା ଜବରଦଖଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ଗୋଟିଏ ଗୋଷ୍ଠୀର ୭ ଜଣ ଆହତ ହୋଇଛନ୍ତି । ଏନେଇ ଚଁପୁର ତଳ ସାହିର ମହିଳା ମାନେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମହିଳା ମାନଙ୍କ ଅଭିଯୋଗ ପାଇ ମଧ୍ୟ କୈଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାପଡ଼ିଛି । ସେଥିପାଇଁ ଆଜି ମହିଳାମାନେ ଗରଦପୁର ତହସିଲ କାର୍ୟ୍ୟାଳୟ ଆସି ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ତହସିଲ କତୃପକ୍ଷ ଘଟଣାସ୍ଥଳରେ ପହଂଚି ସଂପୃକ୍ତ ଜବରଦଖଲକାରୀଙ୍କୁ ଉଛେଦ ନକଲେ ଆସନ୍ତା ୧୮ ତାରିଖରେ ମହିଳା ମାନେ ତହସିଲ ଆଗରେ ସପରିବାରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।






