କରଞ୍ଜିଆ, (ବାଘୁଆବାର୍ତ୍ତା): ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ । ମୟୁରଭଞ୍ଜ ଜିଲ୍ଲାର ଘାଘରବେଡା ଥାନା ଅନ୍ତର୍ଗତ ଗାଣ୍ଡୁ ସାହିରେ ଡ଼କାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଘାଘରବେଡା ପୋଲିସ ୯ ଜଣଙ୍କୁ ଗିରଫ କରିଛି । ତାଙ୍କଠାରୁ ଟାଟା ସଫାରୀ ଗାଡି ସହ ଗୋଟିଏ ପିସ୍ତଲ, ଅଫୁଟା ଗୁଳି ଓ ୫ଟି ଖଣ୍ଡା ଜବତ କରିବା ସହିତ ଘାଘରବେଡା ପୋଲିସ ଏକ ମାମଲା ରୁଜୁ କରିଛି । ଏଥିରେ ଝାରଖଣ୍ଡ ରାଜ୍ୟର ୫ ଜଣ ଥିବା ବେଳେ ୪ ଜଣ ଘାଘରବେଡ଼ା ଅଞ୍ଚଳ ବୋଲି ଜଣାପଡ଼ିଛି । ଏମାନଙ୍କ ନାଁରେ ଝାରଖଣ୍ଡ ଏବଂ ଓଡ଼ିଶାର ପୋଲିସ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି ।