ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଭାବନ୍ଧ ପଞ୍ଚାୟତ ସୂର୍ୟ୍ୟନାରାୟଣପୁର ଗ୍ରାମର ଏକ ପରିତ୍ୟକ୍ତ ଘରୁ ବିପୁଳ ପରିମାଣର କାଠ ଜବତ। ରେଗିଡି ଛକ ନିକଟ ଏହି ଘରୁ ଜବତ ହୋଇଛି ୮୦ ଘନଫୁଟ ଶାଳ ସାଇଜ କାଠ ଓ ୨୦ ଘନଫୁଟ ଅନ୍ୟ ସାଇଜ କାଠ ପଟା । ଉକ୍ତ ଘରେ ବେଆଇନ ଭାବେ କାଠ ମହଜୁଦ ଥିବା ଖବର ପାଇ ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କ ନିର୍ଦ୍ଦେଶରେ ସୋମବାର ପୂର୍ବାହ୍ନରେ ଚଢ଼ଉ କରାଯାଇଥିଲା। ଏସିଏଫଙ୍କ ନେତୃତ୍ବରେ ଚଢ଼ଉ ଜାରି ରହିଛି । ଉକ୍ତ ଘର କାହାର, କାଠ ପଟା କିଏ ମହଜୁଦ କରି ରଖିଥିଲା ସେ ନେଇ ବନବିଭାଗ ତନାଘନା ଚଳାଇଛି ।