ଫୁଲବାଣୀ, (ବାଘୁଆବାର୍ତ୍ତା): ଫୁଲବାଣୀ ସହରରେ ପୁଣି ମାତିଲେ ଲୁଟେରା । ସୋମବାର ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ଲୁଟିନେଲେ ଦୁଇ ଲକ୍ଷ ଟଙ୍କା । ଫୁଲବାଣୀ ସହରର ଢିପକ୍ଷସାହିରେ ରହୁଥିବା ଲକ୍ଷ୍ମୀ ସାହୁ ନାମକ ଜଣେ ମହିଳାଙ୍କଠାରୁ ୨ ଲକ୍ଷ ଟଙ୍କା ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଫୁଲବାଣୀ ମାଷ୍ଟର ପଡ଼ା ପାରିଜାତ ମଣ୍ଡପ ନିକଟରେ ଏହି ଲୁଟ୍ ଘଟିଛି । ମହିଳା ଜଣଙ୍କ ନିଜ ଦିଅରଙ୍କ ସହ ଆସି ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକରେ ଯାଉଥିବା ବେଳେ ଏକ ପଲସର୍ ବାଇକ୍ ରେ ପିଛା କରି ଦୁଇ ଜଣ ଦୁର୍ବୃତ୍ତ ମାଷ୍ଟର ପଡା ନିକଟ ପାରିଜାତ କଲ୍ୟାଣ ମଣ୍ଡପ ନିକଟରେ ଦୁଇ ଲକ୍ଷ ଟଙ୍କା ଛଡାଇ ନେଇଥିଲେ । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସହରରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଉଥିବାରୁ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି ।






