Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗିରଫ ହେଲେ ୨ ବିଏମଡବ୍ଲ୍ୟୁ ବାଇକ୍ ଚୋର

by ସଞ୍ଜୟ ସ୍ୱାଇଁ
August 9, 2021
in Crime, State
ଗିରଫ ହେଲେ ୨ ବିଏମଡବ୍ଲ୍ୟୁ ବାଇକ୍ ଚୋର
220
VIEWS
Share on FacebookShare on Twitter

ମୁନିଗୁଡ଼ା, (ବାଘୁଆବାର୍ତ୍ତା): ଦାମିକା ବାଇକ୍ ଚଲାଇବା ସଉକ ପଡିଲା ମହଙ୍ଗା। ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ପାଇକସାହିରେ ବିଏମଡବ୍ଲ୍ୟୁ ବାଇକ୍ ଚୋରି ଘଟଣାରେ ଦୁଇ ଗିରଫ। ସିସିଟିଭି ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲା ମୁନିଗୁଡ଼ା ପୋଲିସ। ଗିରଫ ଦୁଇ ଜଣ ହେଲେ ମୁନିଗୁଡା ଥାନା ଖାଲପଦର ଗ୍ରାମର ପରକ୍ଷିତ ପଲକିଆ ଓ କେଦାର ପଲକିଆ। ଗୁରୁବାର ବିଳମ୍ବିତ ରାତିରେ ମୁନିଗୁଡା ଥାନା ଅନ୍ତର୍ଗତ ପାଇକସାହି ଠାରେ ରହୁଥିବା ବ୍ୟବସାୟୀ ବି.ଉମାଶଙ୍କର ପାତ୍ରଙ୍କ ଘର ପାଚେରୀ ଭିତରୁ ଏକ ବିଏମଡବ୍ଲ୍ୟୁ ବାଇକ୍ ଚୋରି ହୋଇଥିଲା। ଏନେଇ ଉମାଶଙ୍କର ମୁନିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଏନେଇ କିଛି ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଥିଲା କ୍ଷ ପରେ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଏକ ଟିମ ଗଠନ କରି ତଦନ୍ତ ଜାରି ରଖିଥିଲେକ୍ଷ ତେବେ ମୁନିଗୁଡା ଥାନା ଖାଲପଦର ଗ୍ରାମର ଦୁଇ ଯୁବକ ସେହି ଅଞ୍ଚଳରେ ଉକ୍ତ ବାଇକ୍ ଚଲାଉଥିବା ଜାଣିବାକୁ ପାଇଥିଲେ। ଏହା ପରେ ଉକ୍ତ ଅଞ୍ଚଳକୁ ପୋଲିସ ଟିମ୍ ଯାଇ ବାଇକ ଜବତ କରିବା ସହ ୨ ଜଣ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲେ । ଗିରଫ ୨ ଜଣ ହେଲେ ଖାଲପଦର ଗ୍ରାମର ପରକ୍ଷିତ ପଲକିଆ ଓ କେଦାର ପଲକିଆ ବୋଲି ଜଣାପଡିଛି କ୍ଷ ଏହି ଯୁବକ ୨ ଜଣ ଏକ ଗ୍ଲାମର ଗାଡ଼ିରେ ଆସି ବିଏମଡବ୍ଲ୍ୟୁ ବାଇକ ଚୋରି କରି ନେଇ ଜଙ୍ଗଲରେ ଲୁଚେଇ ରଖିଥିଲେ । ତେବେ ଅଭିଯୁକ୍ତ ଯୁବକ ୨ ଜଣ ଦାମିକା ବାଇକ୍ ଚଲାଇବା ସଉକ ପାଇଁ ବାଇକ୍ ଚୋରି କରିଥିବା ସ୍ଵୀକାର କରିଛନ୍ତି। ମୁନିଗୁଡା ଥାନା କେଶ ନମ୍ବର ୧୦୩/୨୧ ରେ ମାମଲା ରୁଜୁ କରି ଦୁଇ ଜଣଙ୍କ କୋଭିଡ ଟେଷ୍ଟ କରି କୋର୍ଟକୁ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି । ଏଥିସହ ବାଇକ ମାଲିକ ବି.ଉମାଶଙ୍କର ପାତ୍ରଙ୍କ ବିଏମଡବ୍ଲ୍ୟୁ ବାଇକର ସମସ୍ତ ନଥିପତ୍ର ଯାଞ୍ଚ କରି ତାଙ୍କ ବାଇକ ତାଙ୍କୁ ହସ୍ତାନ୍ତର କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!