ଆଠମଲ୍ଲିକ, (ବାଘୁଆବାର୍ତ୍ତା): ଆଠମଲ୍ଲିକ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ। କଏଦୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ କଏଦୀ ଜଣଙ୍କ କିଭଳି ଜେଲରେ ପ୍ରାଣ ହରାଇଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତକ କଏଦୀ ଜଣଙ୍କ ହେଲେ ସୁମନ ଦେହୁରୀ (ବୟସ ୨୬) । ତେବେ ଡ୍ୟୁଟିରେ ଥିବା କର୍ମଚାରୀମାନେ କିପରି ଜାଣିପାରିଲେ ନାହିଁ ତାକୁନେଇ ମଧ୍ୟ ସନ୍ଦେହ ଉପୁଜିଛି । ସୁମନ କିଛି ମାସ ପୂର୍ବେ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ଘଟଣାରେ ୩୦୨ ଦଫାରେ ଆଠମଲ୍ଲିକ ଜେଲକୁ ଆସିଥିଲେ । ରବିବାର ସେ ଚାରିଟା ବେଳକୁ ଜେଲ ଭିତରେ ବୁଲାବୁଲି କରୁଥିବା କିଛି କର୍ମଚାରୀ ଦେଖିଥିଲେ । ଜେଲ କର୍ତୃପକ୍ଷଙ୍କ କହିବାନୁସାରେ, ଅପରାହ୍ନ ୪ ଟା ୩୦ ବେଳକୁ ସୁମନକୁ ଜେଲ ଭିତରେ ବେହୋସ ପଡିଥିବାର ଦେଖି ତାକୁ ମେଡିକାଲକୁ ନିଆଯାଇଥିଲା। ମେଡିକାଲରେ ଭର୍ତ୍ତି କଲାବେଳକୁ ତାଙ୍କର ମୃତ୍ୟୁ ହେଇଯାଇଥିଲା । ସୁମନ ଦେହୁରୀଙ୍କ ଦେହ ଖରାପ ନଥିଲା କିମ୍ବା ମାନସିକ ଚାପରେ ବି ସେ ନଥିଲେ । ଏହା ସତ୍ତ୍ୱେ କେଉଁ କାରଣରୁ ସୁମନଙ୍କ ମୃତ୍ୟୁହେଲା ତାହା ସନ୍ଦେହ ଘେରରେ ରହିଛି।