Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁରିଆ ସାର କଳାବଜାରିରେ ଚଢ଼ାଉ କଲା କୃଷି ବିଭାଗ, ୧୧୦ ବସ୍ତାରୁ ଉର୍ଦ୍ଧ୍ଵ ୟୁରିଆ ସାର ଜବତ

by ସଞ୍ଜୟ ସ୍ୱାଇଁ
August 9, 2021
in Crime, State
ୟୁରିଆ ସାର କଳାବଜାରିରେ ଚଢ଼ାଉ କଲା କୃଷି ବିଭାଗ, ୧୧୦ ବସ୍ତାରୁ ଉର୍ଦ୍ଧ୍ଵ ୟୁରିଆ ସାର ଜବତ
108
VIEWS
Share on FacebookShare on Twitter

ପଦ୍ମପୁର, (ବାଘୁଆବାର୍ତ୍ତା): ୟୁରିଆ ସାର କଳାବଜାରି ବେଳେ ଚଢାଉ କଲା କୃଷି ବିଭାଗ। ଛତିଶଗଡ଼ ସୀମାବର୍ତ୍ତି ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ନିତ୍ୟାନନ୍ଦପୁର ଗ୍ରାମରେ ବ୍ୟାପକ ମାତ୍ରାରେ ୟୁରିଆ ସାର କଳାବଜାରି ହେଉଥିବା କୃଷି ବିଭାଗ ଖବର ପାଇ ଚଢାଉ କରିଥିଲା। ଚଢାଉ ବେଳେ ୨ ଜଣ ବ୍ୟବସାୟୀଙ୍କ ଠାରୁ ୧୧୦ ବସ୍ତା ୟୁରିଆ ସାର ଜବତ ହୋଇଛି। ନିତ୍ୟାନନ୍ଦପୁର ଗ୍ରାମର ଡିଙ୍ଗରଲାଲ ସାହୁ ଓ ରାଜେନ୍ଦ୍ର ସାହୁଙ୍କ ସ୍ତ୍ରୀ ତାରାବାଈ ସାହୁ ବେଆଇନ ଭାବେ ୟୁରିଆ ସାର ଗଚ୍ଛିତ ରଖି ଚଢା ଦରରେ ବିକ୍ରି କରୁଥିଲେ। ଏନେଇ କୃଷି ବିଭାଗ ଖବର ପାଇବା ପରେ ଚଢାଉ କରିଥିଲା। ଚଢାଉ ବେଳେ ଡିଙ୍ଗରଲାଲ ସାହୁଙ୍କ ଠାରୁ ୫୨ ବସ୍ତା ଓ ତାରାବାଈ ସାହୁଙ୍କ ଠାରୁ ୫୮ ବସ୍ତା ୟୁରିଆ ସାର ଜବତ କରିଥିଲା କୃଷି ବିଭାଗ। ଏହି ଦୁଇ ଜଣ ବ୍ୟବସାୟୀ ବେଆଇନ ଭାବେ ୟୁରିଆ ସାର ଗଚ୍ଛିତ ରଖି ବସ୍ତା ପ୍ରତି ୪୭୦ ଟଙ୍କାରେ ବିକ୍ରି କରୁଥିଲେ। ଚାଷୀମାନଙ୍କ ଅଭିଯୋଗକୁ ଭିତ୍ତିକରି ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ, ଡୁଂଗୁରିପାଲି ସହକାରୀ କୃଷି ଅଧିକାରୀ ମନୋଜ ରାଉତ , ପୁଲିସ ଏଏସଆଇ ବିନୋଦ କନ୍ଧେର ଓ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଉଭୟଙ୍କ ନିକଟରୁ ୧୧୦ ବସ୍ତାରୁ ଉର୍ଦ୍ଧ୍ଵ ୟୁରିଆ ସାର ଜବତ ହୋଇଥିବା ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!