Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାଳୀକୁ ହାଣି ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ, ୨୦୦ ଫୁଟ ତଳେ ଶବ

by ସଞ୍ଜୟ ସ୍ୱାଇଁ
June 7, 2021
in Crime, State
ଶାଳୀକୁ ହାଣି ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ, ୨୦୦ ଫୁଟ ତଳେ ଶବ
650
VIEWS
Share on FacebookShare on Twitter

କେନ୍ଦୁଝର (ବାଘୁଆବାର୍ତ୍ତା) : ସାମାନ୍ୟ ବଚସାକୁ ନେଇ ଜ୍ୱାଇଁ ଘଟାଇଲା ଜଘନ୍ୟ କାଣ୍ଡ। ଭୁଲିଗଲା ସମ୍ପର୍କର ମହତ୍ତ୍ୱ। ଶାଳୀକୁ କୁରାଢ଼ିରେ ହାଣି ହତ୍ୟା କରି ଫୋପାଡ଼ି ଦେବା ସହ ଶାଶୁକୁ ଗଛରେ ବାନ୍ଧି କଲା ଦୁଷ୍କର୍ମ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ। ଏହି ଘଟଣା ଘଟିଥିବା ବେଳେ ଫେରାର ହୋଇଯାଇଛି ଅଭିଯୁକ୍ତ ରୂପ ସିଂ ସିଦ୍ଧୁ। ମୂର୍ଗାପଡ଼ାରେ ରହୁଥିବା ଶାଶୁ ଫୁଲମଣି ହସା ଓ ଶାଳୀ ମରିୟମ ହସା ସହିତ ରୂପ ସିଂ ଗତକାଲି ଜଙ୍ଗଲକୁ ଛତୁ ଓ କୁରକୁଟି ( ନାଲି ପିମ୍ପୁଡ଼ି) ସଂଗ୍ରହ କରିବା ପାଇଁ ଯାଇଥିଲା । ତେବେ କୌଣସି କାରଣରୁ ଶାଳୀ ମରିୟମ ସହିତ ଝଗଡା ଉଗ୍ରରୂପ ନେବାରୁ ରୂପ ସିଂ କୁରାଢ଼ୀରେ ତାଙ୍କୁ ହାଣି ଏକ ଖାଇରେ ୨୦୦ ଫୁଟ ତଳକୁ ଫିଙ୍ଗି ଦେଇଥିଲା । ଏହାପରେ ଶାଶୁ ଫୁଲମଣି ହାତକୁ ଗାମୁଛାରେ ବାନ୍ଧି ଦୁଷ୍କର୍ମ କରିଥିଲା । କୌଶଳ କ୍ରମେ ଫୁଲମଣି ଖସି ଆସି ଝାଡ଼ଖଣ୍ଡ ରାଜ୍ୟର କିରିବୁର ଥାନାରେ ଖବର ଦେଇଥିଲେ। କିରିବୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କେନ୍ଦୁଝର ଜିଲ୍ଲାର ବଲାଣି ଥାନାକୁ ଖବର ଦେଇଥିଲେ । ବଲାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୦୦ ଫୁଟ ତଳେ ଶବ ପଡ଼ିଥିବାରୁ ଉଦ୍ଧାର ହୋଇପାରିନି । ହତ୍ୟାକାରୀ ରୂପ ସିଂ ସିଦ୍ଧୁ ବର୍ତ୍ତମାନ ଯାଏ ଫେରାର ଅଛି । ଦୀର୍ଘ ଦିନ ହେବ ବଲାଣି ଥାନା ଅଧୀନ କିରିବୁର ଫାଣ୍ଡି କାର୍ୟ୍ୟକ୍ଷମ ନଥିବାରୁ ସ୍ଥାନୀୟ ଅଞ୍ଚଳରେ କୌଣସି ଅପରାଧ ଘଟିଲେ ଲୋକେ ଝାଡ଼ଖଣ୍ଡର କିରିବୁର ଥାନାକୁ ଜଣାଇଥା’ନ୍ତି। ଏହାପରେ କିରିବୁର ଥାନା ପୁଲିସଠୁ ଖବର ପାଇ ବଲାଣି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥାଏ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!