Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୁରୀରେ ସ୍ୱାମୀଙ୍କ ଯୌନାଙ୍ଗ କାଟିଦେଇଛି ନୃଶଂସ ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, NATIONAL NEWS
ଛୁରୀରେ ସ୍ୱାମୀଙ୍କ ଯୌନାଙ୍ଗ କାଟିଦେଇଛି ନୃଶଂସ ସ୍ତ୍ରୀ
504
VIEWS
Share on FacebookShare on Twitter

ପାଟନା, (ବାଘୁଆବାର୍ତ୍ତା): ପାରିବାରିକ କଳହ ‌ଯେ କେତେ ଭୟଙ୍କର ହୋଇପା‌ରେ ତାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବିହାରର ପାଟନାରେ । ଘରେ ଶୋଇଥିବା ବେଳେ ଛୁରୀରେ ସ୍ବାମୀଙ୍କ ଯୌନାଙ୍ଗ କାଟିଦେଇଛି ନୃଶଂସ ସ୍ତ୍ରୀ । ଶୋଇଥିବା ଅବସ୍ଥାରେ ଏପରି ହୋଇଥିବାରୁ ହଠାତ୍ କିଛି ଜାଣିପାରିନଥିଲେ ବ୍ୟକ୍ତିଜଣକ । ପରେ ଜୀବନ ବଞ୍ଚାଇବାକୁ ଘରୁ ଦୌଡି ପଳାଇଥିଲେ । ଘର ନିକଟରେ ଥିବା ଫୁଲଓ୍ବାରୀ ପୋଲିସ ଷ୍ଟେସନ୍‌କୁ ଦୌଡି ପଳାଇଥିଲେ ପୀଡିତ ବ୍ୟକ୍ତି ଜଣକ । ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ପ୍ରବଳ ରକ୍ତ ସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ହସ୍ବିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । ପୋଲିସ କହିବା ମୁତାବକ, ଜଣେ ବ୍ୟକ୍ତି ଅଧରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚିଥିଲେ । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କୁ ପ୍ରଥମେ ହସ୍ପିଟାଲକୁ ନେଇଥିଲା ପୋଲିସ । ଘଟଣାରୁ ପ୍ରକାଶ, ଉଭୟ ପତି ଏବଂ ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳିଝଗଡା ଲାଗୁଥିଲା । ସ୍ଥାନୀୟ ଅଲାଓ୍ବା କଲୋନୀରେ ରହୁଥିବା ସ୍ବାମୀ ସ୍ତ୍ରୀ ବିଭିନ୍ନ କଥାକୁ ନେଇ ଝଗଡା ଲାଗୁଥିଲେ । କିନ୍ତୁ ପରେ ସମାଧାନ ମଧ୍ୟ ହେଉଥିଲା । କିନ୍ତୁ ଗତ ରାତିରେ କୌଣସି କାରଣରୁ ପୁଣି ଝଗଡା ଲାଗିବାରୁ ପ୍ରଥମେ ଖାଦ୍ୟରେ ବିଷ ଦେଇଥିଲା ନୃଶଂସ ପତ୍ନୀ । ପରେ ବ୍ୟକ୍ତିଜଣକ ଶୋଇସାରିବା ପରେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଛୁରୀରେ କାଟିଦେଇଥିଲା । ହଠାତ୍‌ ନିଦ ଭାଙ୍ଗିବା ବେଳକୁ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ । ତଥାପି ଛାଡିନଥିଲା ପତ୍ନୀ । ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ନିଜକୁ ବଞ୍ଚାଇବା ପାଇଁ ବ୍ୟକ୍ତିଜଣକ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଅବସ୍ଥା ଗମ୍ଭୀର ହେବାରୁ ଜୀବନ ବଞ୍ଚାଇ ଦୌଡି ପଳାଇଥି‌ଲେ । ଘଟଣାକୁ ନେଇ ଫୁଲଓ୍ବାରୀ ଥାନାଧିକାରୀ ରଫିକୁର ରେହମାନ୍ କହିଛନ୍ତି, ଗୁରୁତର ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଜଘନ୍ୟ କାଣ୍ଡ ଭିଆଇ ଥିବା ପତ୍ନୀ ଫେରାର ହୋଇଯାଇଛି । ସେ ରହୁଥିବା ଘରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଅଭିଯୁକ୍ତ ପତ୍ନୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ଫୁଲଓ୍ବାରୀ ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!