Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରକରେ ବୋଝେଇ ହୋଇଥିଲା ଆଲମାରୀ, ଆଲମାରୀ ଭିତରେ ଥିଲା ଗଞ୍ଜେଇ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, State
ଟ୍ରକରେ ବୋଝେଇ ହୋଇଥିଲା ଆଲମାରୀ, ଆଲମାରୀ ଭିତରେ ଥିଲା ଗଞ୍ଜେଇ
113
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ଟ୍ରକ୍‌ରେ ବୋଝେଇ ହୋଇଥିଲା ଆଲମାରୀ। କିନ୍ତୁ ଆଲମାରୀ ଭିତରେ ଥିଲା ଗଞ୍ଜେଇ। ଏମିତି ଉପାୟରେ ପୁଲିସ୍ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ। କିନ୍ତୁ କାମ ଦେଲାନି ସେମାନଙ୍କର ଏହି ଅଭିନବ ଉପାୟ। ପୁଲିସ୍ ସେମାନଙ୍କୁ ଧରି ପକାଇଲା। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ପାଡ଼ୁଆ ଥାନା ଅନ୍ତର୍ଗତ ବାଡ଼େଲ ଅଞ୍ଚଳରୁ ଏକ ଆଲମାରୀ ବୋଝେଇ ଟ୍ରକ୍‌ରେ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ କୋରାପୁଟ ଏସ୍‌ପିଙ୍କ ନିକଟରେ ଖବର ପହଞ୍ଚିଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ୍‌ର ଏକ ମିଳିତ ଟିମ୍‌ ଚାଙ୍ଗୁଡ଼ିପଡ଼ା ଛକ ନିକଟରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ବାଡେଲ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏହି ଆଲମାରୀ ବୋଝେଇ ଟ୍ରକ୍‌କୁ ସେମାନେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ମିଳିଥିଲା। ଉତ୍ତର ପ୍ରଦେଶର ନମ୍ବର ଥିବା ଏହି ଟ୍ରକ୍‌ରେ ୮ଟି ଆଲମାରୀ ଥିବା ବେଳେ ସେଥିରେ ୧୬୦ଟି ଗଞ୍ଜେଇ ପ୍ୟାକେଟ୍‌ ଥିଲା। ୧୬୦ଟି ପ୍ୟାକେଟ୍‌ରେ ୮୦୦ କେଜିରୁ ଅଧିକ ଗଞ୍ଜେଇ ଥିଲା। ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ପୁଲିସ୍ ଗଞ୍ଜେଇ ସହିତ ଉକ୍ତ ଟ୍ରକ୍ ଓ ଆଲମାରୀଗୁଡ଼ିକୁ ଜବତ କରିଛି। ତା’ସହିତ ଯଶବନ୍ତ ସିଂହ ଓ ହରେନ୍ଦ୍ର ସିଂହ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ଉତ୍ତର ପ୍ରଦେଶର। ସେମାନଙ୍କ ଠାରୁ ପୁଲିସ୍ ଦୁଇଟି ମୋବାଇଲ୍ ଫୋନ୍ ଓ ଆଧାର କାର୍ଡ ଜବତ କରିଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!