Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ

by ସଞ୍ଜୟ ସ୍ୱାଇଁ
August 7, 2021
in Crime, State
ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ
49
VIEWS
Share on FacebookShare on Twitter

ରାୟଗଡା, (ବାଘୁଆବାର୍ତ୍ତା): ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ କୁମ୍ବିଂ ବେଳେ ମାଓବାଦୀ ମାନେ ବ୍ୟବହାର କରିବା ପାଇଁ ଗଛିତ ରଖିଥିବା ସାମଗ୍ରୀ ଜବତ କରାଯାଇଛି। ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟଙ୍କ ନେତୃତ୍ୱରେ ସିଆରପିଏଫ ଯବାନ ମାନେ କମ୍ବିଂ କରୁଥିଲେ। ସନ୍ଧାନୀ କୁକୁର ସହାୟତାରେ କୁମ୍ବି ଅପରେସନ ଜାରି ରଖିଥିଲେ ଯବାନ । ତେବେ ଆଜି ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା ମଝିରେ କିଛି ମାଓ ସାମଗ୍ରୀ ରଖାଯାଇଥିବା ଜଣାପଡିଥିଲା ।ଏହାକୁ ଅନୁସନ୍ଧାନି କୁକୁର ଉକ୍ତ ସ୍ଥାନରେ ଠାବ କରିଥିଲା । ସନ୍ଦେହ କରି କୁକୁର ରହିଥିବା ପାର୍ଶ୍ୱରେ ଖୋଜାଖୋଜି କରିଥିଲେ ଯବାନ । ସେହିସ୍ଥାନରେ ଏକ ମାଓ ବ୍ୟାନର ସହିତ ୨ ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଗୁଳି, ଜିଲେଟିନ, ଗୋଟିଏ ଟେପ ରେକଡ଼, ଗୋଟିଏ ରିମୋଟ, ଫ୍ଲାଶ, ୩ଟି ଷ୍ଟିଲ ଟିଫିନ ବୋମା,୧୨ରୁ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର, ୩ଟି ଟର୍ଚ୍ଚ ଲାଇଟ,୩ଟି କଲର ଟେପ,୫୦ ମିଟର ପ୍ଲାଷ୍ଟିକ ଦଉଡି, ୨ଟି ଛତା,୨ଟି ବେଟେରି, ୪ ପ୍ୟାକେଟ ନୁଡେଲ,୧୩ ଟି ଖୋକା,୧୦ମିଟର ତାର ଜବତ କରିଥିଲେ । ଉକ୍ତ ବ୍ୟାନରରେ ଜୁଲାଇ ୨୮ ରୁ ଅଗଷ୍ଟ ୩ ତାରିଖ ପର୍ୟ୍ୟନ୍ତ ଗାଁ ଗାଁ ରେ ସହିଦ ସପ୍ତାହ ପାଳନ କରନ୍ତୁ ବୋଲି ଉଲ୍ଲେଖ ଅଛି। ଅନ୍ୟାୟ ଓ ଦୂର୍ନୀତିକୁ ସମାପ୍ତ କରି ଏକ ସୁସ୍ଥ ସମାଜ ଗଠନ ସହ ଜନଯୁଦ୍ଧ ଜୋରଦାର କରନ୍ତୁ ବୋଲି ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ପ୍ରତିଷ୍ଠାତା ଚାରୁମଜୁମଦାର, କହ୍ନାଇ ଚାଟାର୍ଜୀ ସହିତ ସମସ୍ତ ଙ୍କୁ ଶ୍ରଦ୍ଧାଞ୍ଜଳି ସହ ଶେଷରେ ସିପିଆଇ ମାଓବାଦୀ ବା-ଘୁ-ନା ଡିଭିଜନାଲ କମିଟି ବୋଲି ଉଲ୍ଲେଖ କରିଛନ୍ତି । ଆଗକୁ କ୍ରାନ୍ତିଦିବସ ରେ ମାଓବାଦୀ ମାନେ ଏକ ବଡ ଅଘଟଣ କରିବା ଯୋଜନା ରଖିଥିବା ଅନୁମାନ କରାଯାଉଛି। କିନ୍ତୁ ସିଆରପିଏଫ ଯବାନମାନେ ତାହା ଭଣ୍ଡୁର କରିଦେଇଛନ୍ତି ।ଏହା ପୁଲିସ ପାଇଁ ଏକ ବଡ଼ ସଫଳତା ମିଳିଥିବା ରାୟଗଡା ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟ ପ୍ରକାଶ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!