Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବକାରୀ ଟିମ୍‌କୁ ପିଟିଲେ ମଦ ବେପାରୀ : ୪ ଜଣଙ୍କୁ ଗିରଫ କଲା ପୁଲିସ

by ସଞ୍ଜୟ ସ୍ୱାଇଁ
June 4, 2021
in Crime, State
ଅବକାରୀ ଟିମ୍‌କୁ ପିଟିଲେ ମଦ ବେପାରୀ : ୪ ଜଣଙ୍କୁ ଗିରଫ କଲା ପୁଲିସ
219
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲକ୍‌ଡ଼ାଉନରେ ମଦ ଚୋରା କାରବାର ରୋକିବାକୁ ଯାଇଥିବା ଅବକାରୀ ଟିମ ଉପରେ ଝାମ୍ପି ପଡିଲେ । ମଦ ବେପାରୀ ଓ ପୁଲିସଙ୍କ ମଧ୍ୟରେ ଠେଲାପେଲା ଧସ୍ତାଧସ୍ତି ଚାଲିଲା । ମଦ ବେପାରୀ ଓ ସ୍ଥାନୀୟ ବାସିନ୍ଦା ମିଶି ପ୍ରବଳ ପିଟିଲେ । ଘଟଣାଟି ଭରତପୁରର ହରପାର୍ବତୀ ସାହିରେ ହୋଇଛି। ଅବକାରୀ ଟିମ୍‌କୁ ଆକ୍ରମଣ କରିବା ଅଭିଯୋଗରେ ୪ ଜଣ ମଦ ବେପାରୀ ଗିରଫ ହୋଇଛନ୍ତି । ସେମାନେ ହେଲେ, ନୟାଗଡ଼ ଜିଲା ଓଡ଼ଗାଁର ଅରୁଣ ନାୟକ ଓରଫ ଅରୁ(୨୯), ଧୁସା ନାୟକ(୧୯), ସୁନିତା ନାୟକ(୨୦) ଓ ଅଳୀ ନାୟକ ଓରଫ କୁମାରୀ(୨୯) । ଭରତପୁର ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ମୁତାବକ, ହରପାର୍ବତୀ ସାହିରେ ଦୀର୍ଘଦିନ ଧରି ସୁନିତାଙ୍କ ଘରେ ଦେଶୀ ମଦ, ଗଞ୍ଜେଇ, ବ୍ରାଉନସୁଗାର ବେପାର ଚାଲୁଥିଲା । ଏନେଇ ଅବକାରୀ ବିଭାଗ ସୂଚନା ପାଇଥିଲା । ମହିଳା ଏସ୍‌ଆଇ ନୀଳିମା ଜୟନ୍ତୀ ସ୍ୱାଇଁ ଏକ ୫ ଜଣିଆ ଟିମ୍‌ ସହ ଭରତପୁର ହରପାର୍ବତୀ ସାହିରେ ଆଜି ପୂର୍ବାହ୍ନରେ ଚଢଉ କରିଥିଲୋ । ଏତିକିବେଳେ ଚୋରା ମଦ ବିକୁଥିବା କିଛି ଦୁର୍ବୃତ୍ତ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଅବକାରୀ ପୁଲିସ ବର୍ଦ୍ଦିରେ ଥିବା ସତ୍ତେ୍ୱ ଅଭିଯୁକ୍ତମାନେ ଲୁହା ରଡ ଓ କାଠ ଫାଳିଆରେ ପିଟି ଚାଲିଲେ । ଆକ୍ରମଣକାରୀ ଓ ଅନ୍ୟ ସ୍ଥାନୀୟ ବାସିନ୍ଦା ପଥର ଫିଙ୍ଗି ଅବକାରୀ କର୍ମଚାରୀଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିଲେ । ଏମିତିକି କର୍ମଚାରୀମାନଙ୍କୁ ସେଠାରେ ନଜରବନ୍ଦୀରେ ରଖିଥିଲେ । ପରିସ୍ଥିତି ଏମିତି ହେଲା ଯେ ଶେଷରେ ଭରତପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । କର୍ମଚରୀଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲା । ଆକ୍ରମଣରେ ଅବକାରୀ ବିଭାଗର ଜଣେ ମହିଳା କନଷ୍ଟେବଳଙ୍କ ସମେତ ୪ଜଣ ଆହତ ହୋଇଛନ୍ତି । ପୁଲିସକୁ କର୍ତ୍ତବ୍ୟ ନିର୍ବାହରୁ ନିବୃତ୍ତ ରଖିବା ଓ ଆକ୍ରମଣ କରିବା ଅଭିଯୋଗରେ ୨ଜଣ ମହିଳାଙ୍କ ସମେତ ଗୋଟିଏ ପରିବାରର ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଘରୁ ଚୋରା ମଦ ଜବତ ହୋଇଛି । ଆକ୍ରମଣରେ ସାମିଲ୍‌ ଥିବା ଅନ୍ୟମାନେ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଚଢ଼ଉ ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!