ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଛାତ୍ରଙ୍କ ଅଭିନବ ଉପାୟରେ ଲୁଟ ଅଭିଯୋଗ । ଅଭିଯୋଗର ଦୁଇ ସପ୍ତାହ ପରେ ଅଭିଯୁକ୍ତକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅନଲାଇନରେ ୩୫ ହଜାର ଟଙ୍କାର ଏକ ମୋବାଇଲ ଅର୍ଡର କରିଥିଲେ ଲେନ୍ ୬ର ସୁଶିଲ ଦାସ ନାମକ ଯୁବକ । ପାର୍ଶଲ୍ ବଏ ମୋବାଇଲ ପ୍ୟାକେଟ ଆଣି ମହାବିରନଗରରେ ପହଞ୍ଚିଥିଲା । ଅନଲାଇନ୍ ପେମେଣ୍ଟ କରୁଛି କହି ସୁଶିଲ ମୋବାଇଲ ଧରି ଚମ୍ପଟ ମାରିଥିଲେ । କମିଶନରେଟ ପୋଲିସ ଏହାର ତଦନ୍ତ କରି ଲୁଟ ମୋବାଇଲକୁ ଜବତ କରିବା ସହିତ ସୁଶିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।