Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତ ଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ ସ୍ତ୍ରୀକୁ ଦେଲେ ଧୋକ୍କା

by ସଞ୍ଜୟ ସ୍ୱାଇଁ
August 5, 2021
in Crime, State
ସାତ ଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ ସ୍ତ୍ରୀକୁ ଦେଲେ ଧୋକ୍କା
120
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ରୀତିନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତ ଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ ଦଶ ବର୍ଷରେ ସ୍ତ୍ରୀକୁ ଦେଲେ ଧୋକ୍କା । ଅନ୍ୟଜଣେ ବିବାହିତା ମହିଳା ସହିତ ରଖିଲେ ସଂପର୍କ । ଆଉ ଏବେ ନ୍ୟାୟ ପାଇଁ ବାର ଦୁଆର ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଂଚଳରେ । ୨୦୧୨ ମସିହାରେ ଲରମ୍ଭା ଥାନା ଖୁଣ୍ଟସମଲେଇ ପଂଚାୟତ ଅନ୍ତର୍ଗତ ମରାଲ ଗାଁର ପଦ୍ମିନୀ ସାହୁ ପାଟଣାଗଡ ଥାନା ବାଲିପଟା ପଂଚାୟତ ଅନ୍ତର୍ଗତ ଫୁଡୁକୁପରା‍ ଗାଁର ଗଜାନନ ସାହୁଙ୍କୁ ବାହା ହୋଇଥିଲେ । ତାଙ୍କର ୯ ବର୍ଷର ଝିଅଟିଏ ମଧ୍ୟ ଅଛି । କିନ୍ତୁ ଗତ ବର୍ଷେ ହେଲା ସ୍ୱାମୀ ଗଜାନନ ଯୌତୁକ ନିର୍ୟ୍ୟାତନା ଦେବା ଆରମ୍ଭ କରିଥିଲେ । ପରେ ଜଣା ପଡିଥିଲା ଯେ ତାଙ୍କ ସ୍ୱାମୀ ଗାଇସିଲେଟ ଥାନା ଲେଵଡି ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରୁଛନ୍ତି । ଦୁଇଟି ସନ୍ତାନର ମାକୁ ଘରକୁ ଅଣି ସ୍ତ୍ରୀର ମାନ୍ୟତା ଦେବା ପାଇଁ ଜିଦି କରିଥିଲେ ସ୍ୱାମୀ ଗଜାନନ । ଏହାକୁ ବିରୋଧ କରିଥିଲେ ପଦ୍ମିନୀ । ତାପରେ ସ୍ୱାମୀ ନିଜର ବଡଭାଇ ଓ ଭାଉଜ ସହିତ ମିଶି ପଦ୍ମିନୀକୁ ହତ୍ୟା ଉଦ୍ୟମ କରିବା ଏବଂ ଘରୁ ତଡିଦେଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଛି। ପୁଲିସ କୌଣସି ପଦକ୍ଷେପ ନନେବାରୁ ଏବେ ଗଜାନନ ନିଜର ପ୍ରେମିକାକୁ ଆଣି ନିଜ ଘରେ ରଖିଛନ୍ତି । ଲରମ୍ଭା ଥାନା ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ନନେବାରୁ ପଦ୍ମିନୀ ନିଜର ୯ ବର୍ଷର ଝିଅ ସହିତ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ଗଜାନନ କିମ୍ୱା ପୁଲିସର ମତାମତ ମିଳିପାରିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!