ନିଆଳି, (ବାଘୁଆବାର୍ତ୍ତା): ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଓଲଟପୁର ଥାନା ମଉଜୁପୁର ଗାଁର କୈଳାସ ବେହେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଲଟପୁର ଥାନା ମଉଜୁପୁର ଗାଁର କୈଳାସ ବେହେରା ସକାଳୁ ସକାଳୁ କାକୁଡି ବିଲକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । କାକୁଡି ବିଲରେ ବାରହା ମାରିବାକୁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।





