Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ

by ସଞ୍ଜୟ ସ୍ୱାଇଁ
August 5, 2021
in Crime, State
ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ
163
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ଖ୍ରୀଷ୍ଟ କଲେଜର ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ଗୁରୁବାର ଯୋବ୍ରା ଆନିକଟରୁ ଉଦ୍ଧାର କରିଛି ପୋଲିସ । ଗତ ମଙ୍ଗଳବାରଠାରୁ ତୁଷାର ନିଖୋଜ ଥିବା ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ପରିବାରଲୋକ ଅଭିଯୋଗ କରିଥିଲେ । ତେବେ ବୁଧବାର ତୁଷାରଙ୍କ ସ୍କୁଟି କଟକ ମଧୁସୂଦନ ସେତୁରୁ ଉଦ୍ଧାର କରାଯିବା ପରେ ତୁଷାର ନଦୀକୁ ଡେଇଁ ପଡିଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତୁଷାରଙ୍କ ପତ୍ତା ମିଳିନଥିଲା । ତେବେ ଗୁରୁବାର ଯୋବ୍ରା ଆନିକଟ ନିକଟରେ ଏକ ମୃତଦେହ ଭାସୁଥିବା ନେଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ମୃତଦେହ ଉଦ୍ଧାର ପରେ ଏହା ତୁଷାରଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ । ତେବେ ତୁଷାର ନିଖୋଜ ହେବା ଦିନ ତାଙ୍କର କିଛି କଲେଜ ସାଙ୍ଗଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ ଏହି ବିବାଦ ଗତ କିଛି ମାସ ତଳୁ ହୋଇଥିଲା । ଯେଉଁମାନଙ୍କ ସହ ଏହି ବିବାଦ ରହିଥିଲା ସେହିମାନେ ହିଁ ତୁଷାରକୁ ହତ୍ୟା କରି ଫଙ୍ଗିଦେଇଥିବା ତୁଷାରଙ୍କ ବାପା ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବି ମେଡିକାଲକୁ ପଠାଇଥିବା ବେଳେ ଜଗତପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ସବୁ ଦିଗକୁ ନେଇ ତଦନ୍ତ କରୁଥିବା ଏସିପି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!