ଜଳେଶ୍ୱର, (ବାଘୁଆବାର୍ତ୍ତା): ବାଲିଆପାଳ ଥାନା ଭେଲାପୁର ଗ୍ରାମରେ ଜମି ଜମାକୁ ବିବାଦକୁ କେନ୍ଦ୍ର କରି ସାନଭାଇର ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ !ମୃତକ ଜଣକ ହେଲେ ରତ୍ନାକର ପ୍ରଧାନ । ହତ୍ୟାକାରୀ ସାନଭାଇ ରାମକୃଷ୍ଣ ପ୍ରଧାନ ବାଲିଆପାଳ ଥାନାରେ ଆତ୍ମସର୍ମପଣ କରିଥିଲା ବେଳେ ପୋଲିସ ଘଟଣା ସ୍ଥଳରେ ପହଁଚି ଶବଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।