Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରୀକ୍ଷା ଦେବାକୁ ଯାଇ ମାସେ ହେଲା ଫେରିନି ପୁଅ

by ସଞ୍ଜୟ ସ୍ୱାଇଁ
February 9, 2022
in Crime, State
ପରୀକ୍ଷା ଦେବାକୁ ଯାଇ ମାସେ ହେଲା ଫେରିନି ପୁଅ
38
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ପରୀକ୍ଷା ଦେବାକୁ ଯାଇ ମାସେ ହେଲା ଫେରିନି ପୁଅ। ପୁଅର ବାଟ ଚାହିଁ ବସିଛନ୍ତି ବାପା-ମା। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ସନ୍ଧିମୁଣ୍ଡା ଗ୍ରାମର ପବିତ୍ର ମାଳିଙ୍କ ପୁଅ ବିଦ୍ୟାଧର ମାଳି ଆଜକୁ ଏକ ମାସ ତଳେ ନିଟ୍ ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ଫେରିନାହାଁନ୍ତି। କି ତାଙ୍କର କୌଣସି ଖୋଜ ଖବର ନାହିଁ। ପୁଅକୁ ଝୁରି ଝୁରି ବାପା-ମାଙ୍କ ଅଖିରୁ ଶୁଖୁନି ଲୁହ। ସୂଚନାନୁଯାୟୀ, ବିଦ୍ୟାଧର କୋରାପୁଟ କଲେଜରୁ ପିଜି ପାସ୍ ହୋଇଥିବା ବେଳେ ଗତ ଜାନୁୟାରୀ ୨ ତାରିଖ ଦିନ ଜୟପୁର ଚନ୍ଦାହାଣ୍ଡି ବ୍ଲକ ଚାନ୍ଦଗିରୀ ଗ୍ରାମର ତାଙ୍କ ସାଙ୍ଗ ପାଖେ ରହି ସକାଳେ ନିଟ୍ ପରୀକ୍ଷା ଦେବାକୁ ବ୍ରହ୍ମପୁର ଯାଇଥିଲେ । ବ୍ରହ୍ମପୁରରେ ପରୀକ୍ଷା ସରିବା ପରେ ସାଙ୍ଗମାନେ ଚାଲି ଆସିଥିବା ବେଳେ ସେ କିଛି ଦିନ ବ୍ରହ୍ମପୁରରେ ରହିବେ ବୋଲି ସାଙ୍ଗମାନଙ୍କୁ କହିଥିଲେ। ତେବେ ଆଜିକୁ ଏକ ମାସରୁ ଉର୍ଦ୍ଧ୍ଵ ସମୟ ହୋଇଥିଲେ ମଧ୍ୟ ଏଯାଏଁ ଘରକୁ ଫେରିଲେନି। ଏନେଇ ବାପା ପବିତ୍ର ମାଳି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ବିଦ୍ୟଧରଙ୍କର ଖୋଜ୍ ଖବର ମିଳିନାହିଁ। ଫଳରେ ପୁଅକୁ ଖୋଜିବାକୁ ପାଖରେ ସାମର୍ଥ୍ୟ ନଥିବାରୁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ବିଦ୍ୟାଧରଙ୍କ ପରିବାର ଲୋକେ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!