ନାଳନ୍ଦା, (ବାଘୁଆବାର୍ତ୍ତା): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାଜଗୀରିର ଛବିଲାପୁର ଥାନା ଅନ୍ତର୍ଗତ ଲୋଦିପୁର ଗାଁରେ ଗୁଳିକାଣ୍ଡ ନେଇ ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ, ଲୋଦିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବାଜି ୫ ଜଣଙ୍କ ଜୀବନ ଯାଇଛି । ଏହା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଏକାଧିକ ଥାନାରୁ ପୋଲିସ ଆସି ସେଠାରେ ପହଞ୍ଚିଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ଗୁଳିକାଣ୍ଡ ପରେ ଲୋଦିପୁର ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି। ବିହାରରେ ଏବେ ଜମି ବିବାଦକୁ ନେଇ ହତ୍ୟାକଣ୍ଡ ବଢ଼ିବାରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜମି ବିବାଦ ପାଇଁ ବଢ଼ୁଥିବା ହତ୍ୟା ମାମଲାକୁ ନେଇ ଚିନ୍ତା ଜାହିର କରୁଥିଲେ ।





