Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହନୁମାନ ପଇସା ରାକେଟ୍ ଠାବ ସହ ୩ ଗିରଫ, ୨ଟି ହନୁମାନ ପଇସା ଜବତ

by ସଞ୍ଜୟ ସ୍ୱାଇଁ
August 4, 2021
in Crime, State
ହନୁମାନ ପଇସା ରାକେଟ୍ ଠାବ ସହ ୩ ଗିରଫ, ୨ଟି ହନୁମାନ ପଇସା ଜବତ
194
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ଦେବଗଡ ପୋଲିସ ପକ୍ଷରୁ ହନୁମାନ ପଇସା କାରବାର କରୁଥିବା ଏକ ରାକେଟକୁ ଠାବ କରାଯିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କଠାରୁ ଦୁଇଟି ହନୁମାନ ପଇସା, ଦୁଇଟି ମଟରସାଇକେଲ ସହ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲାର କିଛି ବ୍ୟକ୍ତି ଦେବଗଡ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ଜଙ୍ଗଲରେ ହନୁମାନ ପଇସା କାରବାର କରୁଥିବା ଖବର ଦେବଗଡ ପୋଲିସ ପାଇବା ପରେ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ହନୁମାନ ପଇସା, ଦୁଇଟି ବାଇକ୍ ସହ ନଗଦ ଏକ ଲକ୍ଷ ଟଙ୍କା ଓ ୩ଟି ମୋବାଇଲ ଜବତ କରାଯାଇଥିଲା । ଗିରଫ ବ୍ୟକ୍ତିମାନେ ହେଲେ ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଭଣ୍ଡାରିମାଳ ଗ୍ରାମର ନରହରି ରାଉତିଆ, ରେଙ୍ଗାଳକାନୀ ଗ୍ରାମର ପ୍ୟାରୀମୋହନ ପ୍ରଧାନ ଓ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଅର୍ଗେନ ଗ୍ରାମର ଉପେନ୍ଦ୍ର ମାଝୀ । ଗିରଫ ବ୍ୟକ୍ତିମାନେ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ ହନୁମାନ ପଇସାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟି ନେଉଥିଲେ ବୋଲି ପୋଲିସ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ ଗିରଫ ବ୍ୟକ୍ତିଙ୍କ ବିରୋଧରେ ଦଫା ୪୦୯, ୪୨୦, ୩୪ ଆଇପିସି, ୨୫ (୧)(୨) ଆଣ୍ଟିକ୍ବିଟିଜ ଏଣ୍ଡ ଆର୍ଟ ଟିଜର ଆକ୍ଟ ୧୯୭୨ ଅନୁଯାୟୀ ଦେବଗଡ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!