Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଡି ସ୍କାନରରେ କୁବେର ପିଏସ୍‌

by ସଞ୍ଜୟ ସ୍ୱାଇଁ
August 4, 2021
in Crime, State
ଇଡି ସ୍କାନରରେ କୁବେର ପିଏସ୍‌
54
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏବେ ଇଡି ସ୍କାନରରେ କୁବେର ପିଏସ୍। ବିରଞ୍ଚି ସାହୁଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ଓ ଚାକିରି ଆଶାୟୀଙ୍କଠାରୁ ଅର୍ଥ ସଂଗ୍ରହ ନେଇ ତଥ୍ୟ ଉଗାରିବ ଇଡି। କେଉଁଠାରୁ ବିରଞ୍ଚି ଏତେ ଟଙ୍କା ଉପାର୍ଜନ କଲେ, ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାର ଖୋଳତାଡ଼ କରିବାକୁ ମାମଲା ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କୋଟି କୋଟି ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କୁ ଗିରଫ କରିଥିଲା। ଏହପରେ ଗତକାଲି ଭିଜିଲାନ୍ସ ଟିମ୍ ଓଏସ୍ଏସ୍ସି କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲା। ଏହାପରେ ତାଙ୍କୁ ୪ ଦିନିଆରା ରିମାଣ୍ଡରେ ନେଇଛି ଭିଜିଲାନ୍ସ। OSSC କାରବାର ସଂପର୍କରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିବ। ଯେ, ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗିରଫ ହୋଇଛନ୍ତି ବିରଞ୍ଚି। ତାଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ସେପଟେ ସୋମବାର ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ କଳାଧନ ପେଡ଼ିର ରହସ୍ୟ ଧୀରେ ଧୀରେ ଫିଟିବାରେ ଲାଗିଛି। ବିରଞ୍ଚି କୁଆଡ଼େ ଥିଲେ ଚାକିରି ବିକ୍ରିର ମାଷ୍ଟରମାଇଣ୍ଡ। ସୁରେନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ନିଯୁକ୍ତି ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଏକଦା ଆନ୍ଦୋଳନ କରିଥିଲେ। ୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ସେ ଦ୍ୱାରସ୍ଥ ହୋଇଥିଲେ। ଯେଉଁଥିରେ OSSCକୁ ନୋଟିସ ବି କରିଥିଲେ ଉଚ୍ଚ ନ୍ୟାୟାଳୟ। ଏମିତି ଏକାଧିକ ଆଶାୟୀ ଅନିୟମିତତା ଅଭିଯୋଗ ଆଣିଛନ୍ତି। ଏବେ ଭିଜିଲାନ୍ସ ଜାଲରେ ବିରଞ୍ଚି ଛନ୍ଦି ହେବା ପରେ ଚାକିରି ପ୍ରକ୍ରିୟାରେ କେଳେଙ୍କାରୀ ପଛର ସତ୍ୟ ସାମ୍ନାକୁ ଆସିବ ବୋଲି ସମସ୍ତେ ଆଶା ରଖିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!