Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୨ ବର୍ଷର ନାବାଳିକାକୁ ମାରିବା ପରେ ଗଛରେ ଟାଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
August 4, 2021
in Crime, NATIONAL NEWS
୧୨ ବର୍ଷର ନାବାଳିକାକୁ ମାରିବା ପରେ ଗଛରେ ଟାଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ
63
VIEWS
Share on FacebookShare on Twitter

ଭିଦିଶା, (ବାଘୁଆବାର୍ତ୍ତା): ଗୋଟିଏ ୧୨ ବର୍ଷର ନାବାଳିକାକୁ ଜଙ୍ଗଲ ଭିତରେ ମାରିବା ପରେ ଗଛରେ ଓଢ଼ଣୀ ଦ୍ୱାରା ଟାଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ । ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଭିଦିଶା ଜିଲ୍ଲାରେ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ଉକ୍ତ ଗାର ଜଣେ ଯୁବକଙ୍କ ପଚରାଉଚରା କରାଯାଉଛି । ପୋଲିସ୍ ର କହିବା ଅନୁଯାୟୀ, ନାବାଳିକା ଜଣକ ସକାଳ ୧୧ ଟା ପର୍ୟ୍ୟନ୍ତ ଘରେ ଥିଲେ । ଏହାପରେ ନିଜ ବାପାଙ୍କୁ କହିଥିଲେ ଯେ, ମାଆଙ୍କ ସହ ଜଙ୍ଗଲକୁ ଯାଉଛନ୍ତି । କିନ୍ତୁ ଏହି ମାମଲାରେ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ, ସେ ଜାଣିନାହାନ୍ତି ଯେ, କେତେବେଳେ ଝିଅ ତାଙ୍କ ପଛେ ପଛେ ଜଙ୍ଗଲକୁ ଯାଇଛି । ଜଙ୍ଗଲରୁ ଫେରିବା ପରେ ମାଆ କହିଛନ୍ତି, ସେ କିଛି ବି ଜାଣିନାହାନ୍ତି ଝିଅ ବିଷୟରେ । ପରିବାର ଲୋକଙ୍କର ଚିନ୍ତା ହେବାରୁ ସେମାନେ ଖୋଜାଖୋଜି କରିଥିଲେ । କିନ୍ତୁ ପାଇନଥିଲେ । ଏହାପରେ ଗାଁ ଲୋକ ମାନେ ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ଘଣ୍ଟା ପରେ ନାବାଳିକାଙ୍କ ମୃତଦେହ ଜଙ୍ଗଲର ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଗଛରେ ଏକ ଓଢ଼ଣୀ ଦ୍ୱାରା ପୀଡ଼ିତାଙ୍କୁ ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ପୀଡ଼ିତାଙ୍କ ବେକ ବ୍ୟତୀତ ହାତକୁ ବି ବନ୍ଧା ଯାଇଥିଲା । ତେବେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଉକ୍ତ ଗାଁର ଜଣେ ଯୁବକଙ୍କୁ ଧରି ପଚରାଉଚରା କରାଯାଉଛି । ଏଥିସହିତ ମୃତ ଦେହକୁ ପୋଷ୍ଟମଟମ୍ ପାଇଁ ପଠାଯାଇଛି । ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ମଧ୍ୟ ପୋଲିସ୍ ସନ୍ଦେହ କରୁଛି । କାରଣ ଜଣେ ବ୍ୟକ୍ତିକୁ ମାରି ଗଛରେ ଟାଙ୍ଗିବା କାମ କୌଣସି ଜଣେ ଲୋକ ଦ୍ୱାରା ହୋଇପାରିବ ନାହିଁ । ଏଥିରେ ଏକରୁ ଅଧିକ ଲୋକ ସାମିଲ ଥିବା ପୋଲିସ୍ ସନ୍ଦେହ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!