Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫ ବର୍ଷୀୟ ନାବାଳିକାକୁ ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି ଆକ୍ରମଣ ଓ ଭଙ୍ଗାରୁଜା

by ସଞ୍ଜୟ ସ୍ୱାଇଁ
August 3, 2021
in Crime, State
୧୫ ବର୍ଷୀୟ ନାବାଳିକାକୁ ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି ଆକ୍ରମଣ ଓ ଭଙ୍ଗାରୁଜା
195
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି ଆକ୍ରମଣ ଏବଂ ଭଙ୍ଗାରୁଜା ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ସୁବାଷ ନଗରରେ ଘଟିଛି। ଗତ ୩୧ତାରିଖରେ ସୁବାଷନଗରର ଜଣେ ୧୫ ବର୍ଷୀୟ ନାବାଳିକା ଅସୁସ୍ଥ ହୋଇପଡିଥିବା ବେଳେ ସେ ରାଜାରାଓ ନାଗବଂଶଙ୍କ ଘର ସମ୍ମୁଖକୁ ଯାଇ ଚିତ୍କାର କରିଥିଲା । ଫଳରେ ଲୋକେ ରାଜାରାଓଙ୍କ ପରିବାର ଗୁଣି କରି ନାବାଳିକାକୁ ହଇରାଣ କରୁଥିବା ସନ୍ଦେହ କରିଥିଲେ । ଏହାପରେ ବିଳମ୍ବିତ ରାତିରେ ସୁବାଷ ନଗରର ଲୋକେ ରାଜାରାଓଙ୍କ ଘରେ ପଶି ଆକ୍ରମଣ କରିବା ସହ ଘରର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା । ନାବାଳିକାର ଏଭଳି ଅବସ୍ଥା ପାଇଁ ସାହିର ଲୋକେ ରାଜାରାଓଙ୍କ ପରିବାରକୁ ଦାୟୀ କରିଥିଲେ। ଘଟଣା ପରଠୁ ପୁଲିସ ସେଠାରେ ଉପସ୍ଥିତ ଥିଲା। ହେଲେ ଆଜି ମଧ୍ୟାହ୍ନରେ ପୁଣି ସନ୍ଦେହ କରି ସାହି ଲୋକେ ରାଜା ରାଓଙ୍କ ଘରେ ପଶି ଟିଭି ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି। ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ ଓ ଏସପି ଦାୟିତ୍ଵରେ ଥିବା ବାମ ଦେବ ସିଂ ଓ ପୁଲିସ ଅଧିକାରୀ, ପୁଲିସ ଫୋର୍ସ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଥମିଥିଲେ। ଗୁଣି ଗାରେଡ଼ି ଅଭିଯୋଗକୁ ନେଇ ମାମଲା ରୁଜ୍ଜୁ କରାଯାଇଥିବା ସହ ଆକ୍ରମଣ ହୋଇଥିବା ପରିବାରକୁ ସୁରକ୍ଷିତ ରଖିବା ସହ ତଦନ୍ତ ଚାଲିଥିବା କହିଛନ୍ତି ପାରଳାଖେମୁଣ୍ଡି ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!