ଭଦ୍ରକ : (ବାଘୁଆବାର୍ତ୍ତା): ଭଦ୍ରକ ଗ୍ରାମଞ୍ଚଳ ପୋଲିସ ଦ୍ୱାରା ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୩ ଜଣକୁ ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ରବିବାର ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ତାଙ୍କ ଟିମ ଚରମ୍ପାଠାରେ ଏନଫୋର୍ସମେଣ୍ଟ କାର୍ଯ୍ୟରେ ଥିବାବେଳେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଏକ ସ୍କୁଟି ଯୋଗେ ୩ ଜଣ ଆସୁଥିଲେ । ଥାନା ଅଧିକାରୀ ସେମାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଅଟକାଇ ତଲାସି କରିବା ପରେ ସେମାନଙ୍କ ନିକଟରେ ୨୮୦ ଗ୍ରାମ ବ୍ରାଉନସୁଗାର ଓ ମାରଣାସ୍ତ୍ର ଥିବା ଦେଖି ଥାନାକୁ ନେଇଥିଲେ । ପରେ ସେମାନେ ବେଆଇନ ବ୍ରାଉନ ସୁଗାର କାରବାର ପାଇଁ ଭଦ୍ରକ ଆସିଥିବା ଜାଣିବା ପରେ ସେମାନଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ହେଲେ ଅପର୍ତ୍ତିବନ୍ଧା ମିର ସାହିର ସେକ ଇମ୍ରାନ, ଆସ୍ଥଳର ମହେଶ ରାଉତ ଓ ନରସିଂହପୁର ଫକୀର ମୋହନ ଜେନା । ଏମାନଙ୍କ ନିକଟରୁ ୨୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଓ ମାରଣାସ୍ତ୍ର ଜବତ କରାଯାଇଛି । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।






