Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତା ପାଶ୍ୱର୍ରୁ ମଳିଲା ଯବାନଙ୍କ ମୃତଦେହ, ହତ୍ୟା ଅଭିଯୋଗ ସନ୍ଦେହ

by ସଞ୍ଜୟ ସ୍ୱାଇଁ
August 3, 2021
in Crime, State
ରାସ୍ତା ପାଶ୍ୱର୍ରୁ ମଳିଲା ଯବାନଙ୍କ ମୃତଦେହ, ହତ୍ୟା ଅଭିଯୋଗ ସନ୍ଦେହ
212
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାୟଧରାପୁର-ବନ୍ଧଢ଼ିହ ରାସ୍ତା ପାର୍ଶ୍ୱରୁ ଆଜି ଜଣେ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜିତେନ୍ଦ୍ର ଜେନାସାମନ୍ତ। ତାଙ୍କ ଘର ଜନକ ଗାଁରେ। ଭାରତୀୟ ସେନାରେ କାର୍ୟ୍ୟ କରୁଥିବା ଜିତେନ୍ଦ୍ର ତିନି ଦିନ ତଳେ ହାଇଦ୍ରାବାଦରୁ ଗାଁକୁ ଆସିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଘର ଲୋକେ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ମୃତଦେହକୁ ଜବତ କରି ତଦନ୍ତ କରୁଛି। ଜିତେନ୍ଦ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ବାପା ମହେଶ୍ୱର ଜେନାସାମନ୍ତ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏଫ୍‌ଆଇଆର୍‌ ମଧ୍ୟ ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବାଇକ୍ ନେଇ ଘରୁ ବାହାରି ଯାଇଥିଲେ। ତେବେ ନ ଫେରିବାରୁ ସେ ଫୋନ୍ କରିଥିଲେ। ଜିତେନ୍ଦ୍ର ବ୍ରହ୍ମବରଦାରେ ଥିବା କହିଥିଲେ ଓ ଖୁବ୍‌ଶୀଘ୍ର ଫେରିଆସିବେ ବୋଲି କହିଥିଲେ। ମାତ୍ର ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ନ ଫେରିବାରୁ ସେ ପୁଣି ଫୋନ୍ କରିଥିଲେ। କିନ୍ତୁ ଜିତେନ୍ଦ୍ର ଏଥର କିଛି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର ପତ୍ତା ମିଳି ନଥିଲା। ଆଜି ତାଙ୍କ ମୃତଦେହ ମିଳିଥିଲା। ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଯୋଗୁ ଏହା ହତ୍ୟାକାଣ୍ଡ ଭଳି ଜଣାପଡ଼ୁଛି ବୋଲି ମହେଶ୍ୱର ଜେନାସାମନ୍ତ ଅଭିଯୋଗ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!