ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝରରେ କଳା ପଲସର ଆତଙ୍କ । ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ ଲକ୍ଷ ଟଙ୍କା । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ସାମ୍ନାରୁ ପଲସରରେ ଆସି ବାଇକ୍ ଡିକି ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳର ଭକ୍ତ ବନ୍ଧୁ ମହାନ୍ତ ବ୍ୟାଙ୍କ ଅଫ ଇଣ୍ଡିଆରୁ ୪ ଲକ୍ଷ ଟଙ୍କା ଉଠାଇ ଆଣି ତହସିଲ ସମ୍ମୁଖରେ ଗାଡି ରଖିଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ କଳା ରଙ୍ଗର ପଲସରରେ ଆସି ଲୁଟି ନେଇଛନ୍ତି ଟଙ୍କା । ଲୁଟେରାଙ୍କୁ ଧରିବା ପାଇଁ ପାଟଣା ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି ।