ନୀଳଗିରି, (ବାଘୁଆବାର୍ତ୍ତା): ମଦ ଦୋକାନରୁ ବିପୁଳ ପରିମାଣର ମଦ ଚୋରି। ନୀଳଗିରି ଥାନା ଅଧିନ ସଜନାଗଡ଼ ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଚୋରି ହୋଇଥିବା ଜଣାପଡିଛି। ଗତକାଲି ମଧ୍ୟ ରାତ୍ରରେ ଦୁର୍ବୁତ୍ତମାନେ ଦୋକାନର ସଟର ଓ ଗ୍ରିଲ ଭାଙ୍ଗି ମଦ ଓ ଟଙ୍କା ଚୋରୀ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି।