ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରେ ଚୋରି, ଲୁଟ ବଢିବାରେ ଲାଗିଛି । ଲୁଟେରା ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । ପୁଲିସ ଲୁଟେରାଙ୍କୁ କାବୁ କରିବାରେ ମଧ୍ୟ ଅକ୍ଷମ ପାଲଟିଛି । ମୁଖ୍ୟ ରାସ୍ତା କୁହାଯାଉଥିବା ଜୟଦେବ ବିହାର ଛକରେ ଆଜି ସକାଳେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ କିଛି ଲୁଟେରା ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେଇଥିବା ଜଣାପଡ଼ିଛି। ପିଲାଙ୍କ ଆଡମିସନ ଟଙ୍କା ଡିପୋଜିଟ କରିବାକୁ ବ୍ୟାଙ୍କ ଯାଉଥିଲେ ମହିଳା। ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା ବୋଲି ମହିଳା ଜଣକ କହିଛନ୍ତି।





