Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ଅଧରେ କଳାମୁଗୁନୀ ପଥର ଚୋରି ବେଳେ ମାଡିବସିଲା ପ୍ରଶାସନ

by ସଞ୍ଜୟ ସ୍ୱାଇଁ
August 3, 2021
in Crime, State
ରାତି ଅଧରେ କଳାମୁଗୁନୀ ପଥର ଚୋରି ବେଳେ ମାଡିବସିଲା ପ୍ରଶାସନ
165
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ କୟଥପଲ୍ଲା ଗ୍ରାମର ଜରିପୁଟ ପାହାଡ଼ରୁ ରାତି ଅଧରେ କଳାମୁଗୁନୀ ପଥର ଚୋରି ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ । ଟାଙ୍ଗୀ ପୋଲିସ ଏବଂ ତହସିଲ ପକ୍ଷରୁ ମିଳିତ ଉଦ୍ୟମରେ ଏହି ଚଢାଉ ହୋଇଛି। ଚଢାଉ ବେଳେ ଦୁଇଟି କମ୍ପ୍ରେସର୍ ମେସିନ୍ ସହିତ ଗୋଟିଏ ପ୍ରୋକଲିନ୍ ଜବତ କରିଛି ପ୍ରଶାସନ । ଏହି ଘଟଣାରେ ୬ ଜଣକୁଂ ଅଟକ ରଖିଛି ଟାଙ୍ଗୀ ପୋଲିସ । ସରକାରଙ୍କ ଦ୍ୱାରା ଲିଜ୍ ଅବଧି ଶେଷ ହୋଇଯିବା ପରେ ମଧ୍ୟ କିଛି ପଥର ମାଫିଆ ବିଳମ୍ବିତ ରାତ୍ରରେ କମ୍ପ୍ରେସର୍ ଦ୍ୱାରା ପାହାଡ ଫଟେଇ କଳା ମୁଗୁନି ପଥର ଚୋରି କରି ନେଉଥିଲେ । ଏଭଳି ଅଭିଯୋଗ ଆସୁଥିବାରୁ ଗତକାଲି ବିଳମ୍ବିତ ରାତ୍ରରେ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଏବଂ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଚଢ଼ାଉ କରି ଏହି ଧରପଗଡ କରିଛନ୍ତି । ପଥର ମାଫିଆଙ୍କ ଏହି ଚୋରି ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!