Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋଲ କାରିଗର ହତ୍ୟା ମାମଲାରେ ୫ ଜଣଙ୍କୁ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
July 31, 2021
in Crime, State
ସୋଲ କାରିଗର ହତ୍ୟା ମାମଲାରେ ୫ ଜଣଙ୍କୁ ବାନ୍ଧିଲା ପୁଲିସ
111
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ସୋଲ କାରିଗର ହତ୍ୟା ମାମଲାରେ ମୁଣ୍ଡି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ବାନ୍ଧିଲା ପୁଲିସ । ଗ୍ୟାଙ୍ଗ୍‌ର ୩ ଭାଇଙ୍କ ସହ ଅନ୍ୟ ୨ ଜଣଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଅଭିଯୁକ୍ତ ହେଲେ ସର୍ବୋଦୟନଗରର ସୂର୍ୟ୍ୟନାରାୟଣ ବିଶ୍ୱାଳ ଓରଫ ଗେଡୁମୁଣ୍ଡି (୩୬), ତା’ ବଡଭାଇ ଶିବନାରାୟଣ ବିଶ୍ୱାଳ ଓରଫ ସାନମୁଣ୍ଡ (୪୪), ସାନଭାଇ ଲକ୍ଷ୍ମୀନାରାୟଣ ବିଶ୍ୱାଳ ଓରଫ ବୁବୁ ଓରଫ ଅଗମୁଣ୍ଡି(୩୨), ଗେଡୁମୁଣ୍ଡିର ସହଯୋଗୀ ତ୍ରିଦେବନଗରର ଆଶିଷ କୁମାର ରଥ (୧୯) ଓ ମାର୍କଣ୍ଡେଶ୍ୱର ସାହିର ନିରଞ୍ଜନ ମହାନ୍ତି ଓରଫ ଜଗା (୩୫) । ସେମାନଙ୍କ ଗୋଟିଏ ଭୁଜାଲି ଓ ୨ଟି ଚାପଡ ସହ ୪ଟି ମୋବାଇଲ୍‌, ଗୋଟିଏ ବାଇକ (ଓଡି-୦୨ଏସ୍‌-୪୫୦୭) ଓ ମୋପେଡ(ଓଆର୍‌-୧୩କେ-୩୮୬୩) ଜବତ ହୋଇଛି । ସୋଲ କାରିଗର ଓଡିଆ ମଠ ଛକର ଜିତେନ୍ଦ୍ର ପୁରୋହିତ ଓରଫ ଜିତୁ (୩୬)ଙ୍କୁ ଗତ ୨୫ ତାରିଖ ସନ୍ଧ୍ୟା ୬ଟାରେ ବଡପୋଖରୀ ଜାଗା ସମ୍ମୁଖ ତିଆଡି ବଗିଚା ନିକଟରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ଜିତୁଙ୍କୁ ହତ୍ୟା କରି ଫେରାର୍‌ ଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିବା ଶୁକ୍ରବାର ବାସେଳୀ ସାହି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମିହିର୍‌ ପଣ୍ଡା ଓ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ ସୂଚନା ଦେଇଛନ୍ତି । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର୍‌ ଥିଲେ । ଖୋର୍ଦ୍ଧା ଜିଲ୍ଲା ନରଣଗଡ ସ୍ଥିତ ବଳଦେବଜିଉ ମଠରେ ସାନମୁଣ୍ଡି ଓ ଅଗମୁଣ୍ଡି ଥିବାବେଳେ ସେଠାରେ ଥିବା ଏକ ଫାର୍ମହାଉସ୍‌ରେ ଗେଡୁମୁଣ୍ଡି ଓ ଆଶିଷ ଲୁଚିଥିଲେ । ପୁଲିସ ଟିମ୍‌ ବୁଧବାର ବିଳମ୍ବିତ ରାତିରେ ୪ ଜଣଙ୍କୁ ଧରିବା ପରେ ଅନ୍ୟ ସ୍ଥାନରୁ ଜଗାକୁ କାବୁ କରିଥିଲା । ଜିତୁଙ୍କ ଭାଇ ଚନ୍ଦ୍ରଶେଖର ପୁରୋହିତଙ୍କ ଏତଲାକ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା । ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସ୍‌ପି କେ.ବିଶାଲ୍‌ ସିଂହଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍‌ ଗଠନ ହୋଇଥିଲା । ଅତିରିକ୍ତ ଏସ୍‌ପି ମିହିର୍‌ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସିଟିଡିଏସ୍‌ପି ଶ୍ରୀ ପାଢୀ, ବାସେଳୀ ସାହି ଥାନା ଆଇଆଇସି ସଞ୍ଜୀବ ପ୍ରଧାନ ଓ ଟାଉନ୍‌ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଏହି ଟିମ୍‌ର ନେତୃତ୍ୱ ନେଇଥିଲେ । ହତ୍ୟାକାଣ୍ଡ ସ୍ଥିତି ଏତେ ସଙ୍ଗିନ ଥିଲା ଯେ ମାମଲା ରେଡ୍‌ ଫ୍ଲାଗ୍‌ରେ ଅନ୍ତର୍ଭୁକ୍ତ ହୋଇଛି । ରାଜ୍ୟ ପୁଲିସ ମୁଖ୍ୟାଳୟ ଓ କ୍ରାଇମ୍‌ବ୍ରାଞ୍ଚ ସହ ଏସ୍‌ପିଙ୍କ ଆଲୋଚନା ପରେ ଏହି ବ୍ୟବସ୍ଥା ହୋଇଛି । ରେଡ୍‌ ଫ୍ଲାଗ୍‌ ଅନୁଯାୟୀ ୩୦ ଦିନ ମଧ୍ୟରେ ମାମଲାର ତଦନ୍ତ ସାରି କୋର୍ଟରେ ଚାର୍ଜସିଟ୍‌ ଦାଖଲ ହେବ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ଶ୍ରୀ ପଣ୍ଡା । ନିର୍ଦ୍ଧାରିତ ସମୟରେ କୋର୍ଟରେ ସାକ୍ଷୀଙ୍କୁ ନେଇ ହାଜର କରାଇବା ସହ ନିୟମିତ ଭାବେ ମାମଲାର ଫଲୋଅପ୍‌ କରିବ ପୁଲିସ । ମାମଲାର ଗୁରୁତ୍ୱ ଦେଖି କ୍ରାଇମ୍‌ବ୍ରାଞ୍ଚ ରେଡ୍‌ ଫ୍ଲାଗ୍‌ରେ ଅନ୍ତର୍ଭୁକ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥାଏ । ତେଣୁ ଏହି ମାମଲାର ଗୁରୁତ୍ୱ ଦେଖି ରେଡ୍‌ ଫ୍ଲାଗ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିବା କହିଛି ପୁଲିସ । ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ସ୍ୱତନ୍ତ୍ର ଜଜ୍‌ ମାମଲାର ବିଚାର କରିଥାଆନ୍ତି । ଏହି ମାମଲାର ତ୍ୱରିତ ତଦନ୍ତ ପାଇଁ ପୁଲିସର ପଦକ୍ଷେପ ସମ୍ପର୍କରେ ବିଚାରବିଭାଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ଶ୍ରୀ ପଣ୍ଡା । ବନ୍ଧୁତାରୁ ବିବାଦ, ପରେ ହତ୍ୟା – ଅଭିଯୁକ୍ତ ଗେଡୁମୁଣ୍ଡି ଓ ମୃତ ଜିତୁ ଥିଲେ ସାଙ୍ଗ । ୨୦୦୪ ମସିହାରେ ଜିତୁଙ୍କ ଇସାରା କ୍ରମେ କାଳିଆ ନାମକ ଜଣେ ବ୍ୟକ୍ତିଙ୍କୁ ହାଣିଥିଲେ ଉଭୟେ । ଏନେଇ ରୁଜୁ ହୋଇଥିବା ମାମଲାରେ ଗେଡୁମୁଣ୍ଡିକୁ ଗିରଫ କରିଥିଲା ଟାଉନ୍‌ ଥାନା ପୁଲିସ । କିନ୍ତୁ ମାମଲାରେ ଜିତୁ ଫେରାର୍‌ ରହି ଆଗୁଆ ଜାମିନ୍‌ ପାଇଥିଲା । ସେପଟେ ଏକାକୀ ଗିରଫ ହୋଇଥିବା ଗେଡୁମୁଣ୍ଡି ମୁଣ୍ଡକୁ ପିତ୍ତ ଚଢିଥିଲା । ଜେଲ୍‌ରୁ ଜାମିନ୍‌ରେ ଆସିବା ପରେ ଜିତୁ ସହ ତା’ର ବିବାଦ ଆରମ୍ଭ ହୋଇଥିଲା । ବନ୍ଧୁତା ଭାଙ୍ଗି ଶତ୍ରୁତା ବଢିଥିଲା । ମାମଲାରେ ଖର୍ଚ୍ଚ କରିଥିବା ଟଙ୍କା ସେ ଜିତୁକୁ ମାଗିଥିଲା । ବାରମ୍ବାର ତାଙ୍କ ଘରକୁ ଯାଇ ଲକ୍ଷାଧିକ ବଟି ଆକାରରେ ମାଗିବାବେଳେ ତାକୁ ଜିତୁଙ୍କ ପରିବାର ବିରୋଧ କରିଥିଲେ । ପରେ ୨୦୧୮ ମସିହାରେ ଜିତୁଙ୍କ ଘରେ ପଶି ଖଣ୍ଡା ବୁଲାଇବା ସହ ବୋମାମାଡ କରିଥିଲା । ଏହାପରେ ସେ ଟାର୍ଗେଟ୍‌ କରି ଜିତୁଙ୍କୁ ହତ୍ୟା କରିଥିବା ପୁଲିସ କହିଛି । ୨୮ ମାମଲାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ – ମାମଲାର ମୁଖ୍ୟ ଅଭିଯୁକ୍ତ ଗେଡୁମୁଣ୍ଡି ୨୮ଟି ମାମଲାରେ ଜଡିତ ଥିବା ପୁଲିସ କହିଛି । ୨୦୦୦ ମସିହାରୁ ଅପରାଧ ଜଗତରେ ପାଦ ଥାପି ଗେଡୁମୁଣ୍ଡି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଥିଲା । ଗେଡୁମୁଣ୍ଡି ନାମରେ ଟାଉନ୍‌ ଥାନାରେ ୧୬ଟି, ବାସେଳୀ ସାହି ଥାନାରେ ୭ଟି, କୁମ୍ଭାରପଡ଼ା ଥାନାରେ ୨ଟି, ସଦର ଥାନାରେ ୨ଟି ଓ ତାଳବଣିଆ ଥାନାରେ ଗୋଟିଏ ମାମଲା ଥିବା କହିଛନ୍ତି ବାସେଳୀ ସାହି ଥାନା ଆଇଆଇସି ଶ୍ରୀ ପ୍ରଧାନ । ତା’ ଦୁଇ ଭାଇ ସାନମୁଣ୍ଡି ଓ ଅଗମୁଣ୍ଡି ମଧ୍ୟ ବହୁ ଧର୍ତ୍ତବ୍ୟ ଅପରାଧରେ ଜଡିତ ଥିବା ସେ କହିଛନ୍ତି । କିନ୍ତୁ ଗେଡୁମୁଣ୍ଡିକୁ ଛାଡି ଅନ୍ୟ ୨ଭାଇ ଓ ୨ ସହଯୋଗୀଙ୍କ ଅପରାଧ ରେକର୍ଡ ସମ୍ପର୍କରେ ପୁଲିସ ସୂଚନା ଦେଇ ପାରିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!