Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ

by ସଞ୍ଜୟ ସ୍ୱାଇଁ
July 30, 2021
in Crime, State
ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
217
VIEWS
Share on FacebookShare on Twitter

ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ରହିଥିବା ଜନସେବା କେନ୍ଦ୍ର ସିଲ୍ । ଗୁରୁବାର ଦିନ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ଏହାକୁ ସିଲ୍ କରିଥିବା ଜଣାପଡ଼ିଛି । କେନ୍ଦ୍ର ଓ ରାଜ୍ୟ ସରକାର ସର୍ବ ସାଧାରଣ ଲୋକଙ୍କୁ ଚାକିରି କିମ୍ବା ବିଭିନ୍ନ ସହାୟତା ଯୋଜନାରେ ସାମିଲ କରାଯିବା ପାଇଁ ବିଭିନ୍ନ ପ୍ରମାଣପତ୍ର ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ଏହି ପ୍ରମାଣପତ୍ର ଯୋଗାଇଦେବା ନାମରେ ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ପ୍ରଦାନ କରି ଠକି ଚାଲିଥିଲେ ଜନସେବା କେନ୍ଦ୍ର ଚଳାଉଥିଲା ଯୁବକ ଜିତେନ୍ଦ୍ର କୁମାର ସେଠୀ । ଜିତେନ୍ଦ୍ର ଦୀର୍ଘଦିନ ଧରି ଲୋକଙ୍କୁ ସେବା ଯୋଗାଇ ଦେବା ନାମରେ ଆଧାର କାର୍ଡ , ଇନକମ ସାର୍ଟିଫିକେଟ ଭଳି ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଗରିବ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଉଥିଲେ । ତେବେ ଏହି ଗରିବ ହିତାଧିକାରୀମାନେ ସରକାରୀ ସହାୟତା ପାଇବା ଆଶାରେ ଦିଗପହଣ୍ଡି ବ୍ଲକ କାର୍ୟ୍ୟାଳୟ ନିକଟରେ ପହଞ୍ଚିବା ସେମାନଙ୍କ ପ୍ରମାଣପତ୍ର ଜାଲିଆତି ରହିଥିବା ଜଣାପଡିଛି । ଯାହାଫଳରେ ବ୍ଳକ ଅଧିକାରୀ ଘଟଣା ସଂପର୍କରେ ସ୍ଥାନୀୟ ତହସିଲଦାର ଶ୍ରୀ ସ୍ବାଇଁଙ୍କୁ ଜଣାଇଥିଲେ । ଏହାପରେ ଆଜି ତହସିଲଦାର ଶ୍ରୀ ସ୍ବାଇଁଙ୍କ ଉପସ୍ଥିତିରେ କଇଠଖଣ୍ଡି ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ , କନିଷ୍ଠ ରାଜସ୍ବ ସହାୟିକା ରୋଜାଲିନ ଡାକୁଆ ସଦଳବଳେ ଉକ୍ତ ଜନସେବା କେନ୍ଦ୍ର ଉପରେ ଚଢ଼ାଉ କରିଥିଲେ । ଘଟଣାପରେ ତହସିଲ ପ୍ରଶାସନ ପକ୍ଷରୁ ସିଲ୍ ମଧ୍ୟ କରିଥିଲେ । ଏନେଇ ତହସିଲଦାର ଶ୍ରୀ ସ୍ବାଇଁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!