ଭୁବନେଶ୍ୱର, (ବାଘୁଆବାର୍ତ୍ତା): କଥା ଦେଇ ରଖିଲାନି କଥା । ସଂପର୍କରେ ଲାଗିଲା ପ୍ରତାରଣାର କଳାଛିଟା । ରାଜଧାନୀରେ ଆଉ ଏକ ଲଭ-ସେକ୍ସ-ଧୋକାର ଅଭିଯୋଗ । ପୋଲିସ କମିଶନରଙ୍କୁ ଖୋଦ୍ ପୀଡିତା କରିଛନ୍ତି ଅଭିଯୋଗ । ପ୍ରେମ କରି ସର୍ବସ୍ୱ ଲୁଟି ଥିବା ପ୍ରତାରକ ପ୍ରେମିକ ବିରୋଧରେ ହୋଇଛନ୍ତି ଫେରାଦ । ମାଗିଛନ୍ତି ନ୍ୟାୟ । ବିବାହ ପ୍ରତିଶୃତି ଦେଇ ପ୍ରେମିକ ଯୁବକ ରଖିଲା ଶାରିରୀକ ସଂପର୍କ । ସୁଖ ମେଣ୍ଟିଗଲା ପରେ ଦେଇଛି ଧୋକା । କେବଳ ସେତିକି ନୁହେଁ, ସାଂଘାତିକ ପ୍ରତାରଣା । ଅନ୍ତସ୍ୱତ୍ତା ପ୍ରେମିକାର ଗର୍ଭନଷ୍ଟର ଆସିଛି ଅଭିଯୋଗ । ପୀଡିତାଙ୍କ ଅଭିଯୋଗ ହେଲା, ପ୍ରେମ କରୁଥିବା ପ୍ରେମିକକୁ ସେ ପତ୍ନୀର ଅଧିକାର ମାଗିବା ପରେ ସବୁ କିଛି ବଦଳିଯାଇଛି । ବିବାହ ପାଇଁ କହିବାରୁ ତିନିମାସ ଭୃଣହତ୍ୟା କରି ଫେରାର ହୋଇଗାଲ ପ୍ରେମିକ । ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଘଟଣା । ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟର ବିଷୟ ପାଲଟିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନର ଦେଖାସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରେମ ସଂପର୍କ ଆଳରେ ପ୍ରେମିକା ସହ ରଖିଲା ଶାରିରିକ ସଂପର୍କ । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତସତ୍ବା କଲା ପ୍ରେମିକ । ଆଉ ଯେତେବେଳେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲା । ସେତେବେଳେ ଆରମ୍ଭ ହୋଇଥିଲା ଯୁବକ ଲମ୍ପଟ ପ୍ରକୃତି । ଏକଦା ବିବାହ ପାଇଁ କଥା ଦେଇଥିବା ଯୁବକ ଜଣଙ୍କ ତିନି ମାସର ଭୃଣକୁ ହତ୍ୟା କରି ଫେରାର ହୋଇଯାଇଛି । ଶେଷରେ ନ୍ୟାୟ ପାଇଁ କମିଶନରେଟ୍ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।





