Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରମାଣ ଅଭାବରୁ ସମସ୍ତେ ମୁକୁଳି ଯାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ଆଇନଜୀବୀ

by ସଞ୍ଜୟ ସ୍ୱାଇଁ
July 27, 2021
in Crime, State
ପ୍ରମାଣ ଅଭାବରୁ ସମସ୍ତେ ମୁକୁଳି ଯାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ଆଇନଜୀବୀ
377
VIEWS
Share on FacebookShare on Twitter

ଭୁବନେଶ୍ୱର/କଟକ, (ବାଘୁଆବାର୍ତ୍ତା): ଜେଲରୁ ସ୍ଥାନାନ୍ତରଣ ବେଳେ ପୁଲିସ ଗୁଳିରେ ହାଇଦର ସଫା ହେବା ପରେ ଏବେ ଚର୍ଚ୍ଚା, ପରବର୍ତ୍ତୀ ଟାର୍ଗେଟ୍ କିଏ? ଯାହାକୁ ନେଇ ପ୍ରମାଦ ଗଣିଲେଣି ରାଜ୍ୟର ବିଭିନ୍ନ ଜେଲରେ ଥିବା ବଡ଼ ବଡ଼ ଗ୍ୟାଙ୍ଗଷ୍ଟର। ଯେମିତିକି ଝାରପଡ଼ାରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର ହୋଇଥିବା କୁଖ୍ୟାତ ଅପରାଧୀ ଟିଟୋ, ସମ୍ବଲପୁର ଯାଇଥିବା ବିକ୍ରମ ମଲ୍ଲିକ, ଝାରପଡ଼ାରେ ଥିବା ରାଜା ଆଚାର୍ୟ୍ୟ, ବଲାଙ୍ଗିରରେ ସୁଶାନ୍ତ ଧଳସାମନ୍ତ ଓ ବାଲେଶ୍ୱରରେ ସୁଶୀଲ ଧଳସାମନ୍ତ ଏବଂ ବ୍ରହ୍ମପୁର ଜେଲରେ ଥିବା ସକିଲ୍ । ଜେଲରେ ଥାଇ ବି ଏମାନେ କ୍ରାଇମ୍ ନେଟଓ୍ୱର୍କ ଚାଲୁ ରଖୁଥିବାରୁ ଅପରେସନ କ୍ଲିନ୍ ଅପ୍ ଲକ୍ଷ୍ୟରେ ଜେଲରେ ୪ରୁ ଅଧିକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାନଯିବାକୁ ଜେଲ୍ ବିଭାଗର ନିଷ୍ପତ୍ତି ଅନୁସାରେ ଏମାନଙ୍କୁ ବିଭିନ୍ନ ସମୟରେ ସେମାନଙ୍କ ମୂଳ ଜେଲକୁ ଅନ୍ୟ ଜେଲକୁ ସ୍ଥାନାନ୍ତର ଚାଲୁରହିଛି । ପାଖାପାଖି ୧୫୦ରୁ ଅଧିକ ହାର୍ଡକୋର କ୍ରିମିନାଲଙ୍କୁ ନିୟମିତ ଭାବେ ଗୋଟିଏରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ଏମାନଙ୍କ କାର୍ୟ୍ୟକଳାପ ଉପରେ ନଜର ରଖିବାକୁ ସ୍ପାଏ ବି ଲଗାଯାଇଛି। ସେହିପରି ପୁଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସ୍‌ସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା। ଗତ ଏପ୍ରିଲରେ ହାଇଦର ଫେରାର ଘଟଣାରେ ପୁଲିସ ୭ଜଣଙ୍କୁ ଗିରଫ କରିଥିବାବେଳେ ଅନେକ ଅଭିଯୁକ୍ତ ଖସି ଯାଇଛନ୍ତି । ଯେହେତୁ ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିସାରିଛି, ତେଣୁ ମାମଲାରେ ଫେରାର ଥିବା ହାଇଦରର ସାନପୁଅ ଆଝାରୁଦ୍ଦିନ ଓ ଜ୍ୱାଇଁ ହୁଅନ୍ତୁ କି ସମ୍ବଲପୁରରୁ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିବା ପଛରେ ସହଯୋଗ କରିଥିବା ଅଧିକାରୀଙ୍କୁ ତଦନ୍ତ ପରିସରରେ ରଖାଯିବ ନା ଫାଇଲରେ ଡୋରି ବନ୍ଧା ହେବ ତାହା ଏବେ ପ୍ରଶ୍ନବାଚୀ। ଯଦି ହାଇଦର ଏହି ଘଟଣାରେ ରିମାଣ୍ଡରେ ଆସିଥାନ୍ତା, ହୁଏତ ବହୁ ଲୋକଙ୍କ ନାଁ ପଦାକୁ ଆସିଥାନ୍ତା । ଏବେ ପ୍ରମାଣ ଅଭାବରୁ ସମସ୍ତେ ମୁକୁଳି ଯାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ଆଇନଜୀବୀ । ସେହିପରି ସଠିକ୍ ପ୍ରମାଣ କୋର୍ଟରେ ଉପସ୍ଥାପନ କଲେ ସବୁ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ବୋଲି କହିଛନ୍ତି ପୂର୍ବତନ ପୁଲିସ ଡିଜି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!