ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲାର ଏକ ସୁନା ଦୋକାନରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ୍ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ଅନ୍ୟ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଡକାୟତଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ, ୬ଟି ଗୁଳି ସହ ଡକାୟତି ଲାଗି ବ୍ୟବହୃତ ହେବାକୁ ଥିବା ଏକ କାର୍ ସହ ଅନେକ ମାରଣାସ୍ତ୍ର ଜବତ କରିଛି । ରାଉରକେଲା ସହରର ପୁରୁଣା ଟ୍ୟାକ୍ସିଷ୍ଟାଣ୍ଡ ନିକଟରେ ଥିବା ଏକ ସୁନା ଦୋକାନରେ ଡକାୟତି କରିବାକୁ ୫ ଜଣ ଡକାୟତ ଗୋପବନ୍ଧୁପାଲି ନିକଟରେ ଯୋଜନା କରୁଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ମାଡି ବସିଥିଲା । ହେଲେ ଜଣେ ଡକାୟତ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଧରା ପଡିଥିବା ୪ ଡକାୟତଙ୍କୁ ଗିରଫ କରିବା ସହ ଫେରାର ଡକାୟତଙ୍କୁ ପୋଲିସ ଖୋଜୁଛି ।





