Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରି ହେଲେ ବିବାହ କରିବେ ବୋଲି ସୁନେଲି ସ୍ୱପ୍ନ ଦେଖାଇ ୧୧ ବର୍ଷ ଯାଏଁ ରଖିଲେ ଶାରିରୀକ ସମ୍ପର୍କ, ଶେଷରେ ଜଣାପଡିଲା ଯେ ସେ ବିବାହିତା

by ସଞ୍ଜୟ ସ୍ୱାଇଁ
July 27, 2021
in Crime, NATIONAL NEWS
ଚାକିରି ହେଲେ ବିବାହ କରିବେ ବୋଲି ସୁନେଲି ସ୍ୱପ୍ନ ଦେଖାଇ ୧୧ ବର୍ଷ ଯାଏଁ ରଖିଲେ ଶାରିରୀକ ସମ୍ପର୍କ, ଶେଷରେ ଜଣାପଡିଲା ଯେ ସେ ବିବାହିତା
306
VIEWS
Share on FacebookShare on Twitter

ଭୋପାଳ, (ବାଘୁଆବାର୍ତ୍ତା): ବିବାହ ପ୍ରଲୋଭନ ଦେଖାଇ ପ୍ରେମିକାଙ୍କ ସହ ୧୧ ବର୍ଷ ଯାଏଁ ଶାରିରୀକ ସମ୍ପର୍କ ରଖିଲେ ପ୍ରେମିକ। ଚାକିରି ହେଲେ ବିବାହ କରିବେ ବୋଲି ପ୍ରେମିକାଙ୍କୁ ଦେଖାଇଥିଲେ ସୁନେଲି ସ୍ଵପ୍ନ। ହେଲେ ସାମ୍ନାକୁ ଆସିଲା ପ୍ରେମିକଙ୍କର ସାଙ୍ଘାତିକ ସତ। ପୂର୍ବରୁ ବିବାହିତ ଥିଲେ ରସିକ ପ୍ରେମିକ। ଏବେ ଥାନାର ଦ୍ଵାରସ୍ଥ ପ୍ରେମିକା। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭୋପାଳର ଜଣେ ୩୩ ବର୍ଷୀୟା ଯୁବତୀ। ଅଶୋକା ଛୋଲା ମନ୍ଦିର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ୨୦୦୯ରେ ଜବାହାର ଚୌକରେ ଏକ କୋଚି ସେଣ୍ଟର ପଢିବାକୁ ଯାଉଥିଲେ। ସେଠାରେ ନିୱାଡିରେ ରହୁଥିବା ଜଣେ ଯୁବକ ପ୍ରବୀଣ ପଟେରିୟାଙ୍କ ସହ ତାଙ୍କର ଦେଖା ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ପ୍ରବୀଣ ଯୁବତୀଙ୍କୁ ୨୦୦୯ ଡିସେମ୍ବର ୧୦ରେ ନେଇ ଭୋପାଳରେ ଅଶୋକା ଗାର୍ଡେନରେ ଏକ ଭଡ଼ା ଘରେ ରଖିଥିଲେ। ସେଠାରେ ଯୁବତୀଙ୍କୁ ବିବାହ କରିବେ କହି ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ। ସେହି ସମୟରେ ପ୍ରବୀଣ ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ। ତେଣୁ ପାଠ ପଢା ସରିବା ପରେ ଚାକିରି କଲେ ଯୁବତୀଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ। ହେଲେ ୨୦୧୬ରେ ପ୍ରବୀଣ ଅଚାନକ ଘରକୁ ଯାଇଥିଲେ। ଏହାପରେ ମଝିରେ ମଝିରେ ଭୋପାଳ ଆସି ଯୁବତୀଙ୍କୁ ଦେଖା କରନ୍ତି ଓ ତାଙ୍କ ସହ ସାରିରୀକ ସମ୍ପର୍କ ରଖନ୍ତି। ତେବେ ଜଣଙ୍କ ଏବେ ଯୁବତୀ ପ୍ରବୀଣଙ୍କୁ ବିବାହ ପ୍ରସ୍ତାବ ଦେବାରୁ ସେ ୩ ଦିନ ତଳେ ତାଙ୍କୁ ବିବାହ କରିବେ ବୋଲି କହି ଓରଛା ଡାକିଥିଲେ। ସେଠାରେ ଯୁବତୀ ଜଣଙ୍କ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ, ପ୍ରବୀଣ ପୂର୍ବରୁ ବିବାହିତ। ଏହାପରେ ଯୁବତୀ ଜଣଙ୍କ ଉତକ୍ଷିପ୍ତ ହୋଇ ନିୱାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ଭୋପାଳରେ ଘଟିଥିବାରୁ ଏହି ମାମଲା ଭୋପାଳ ସ୍ଥାନାନ୍ତର କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!