Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟା ଭାରତୀ ଆଉ ଆସିବେନି ବୋଲି ସାଙ୍ଗ ମାନଙ୍କୁ କହିଲେ

by ସଞ୍ଜୟ ସ୍ୱାଇଁ
July 25, 2021
in Crime, State
ବିଦ୍ୟା ଭାରତୀ ଆଉ ଆସିବେନି ବୋଲି ସାଙ୍ଗ ମାନଙ୍କୁ କହିଲେ
251
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ନେଇ ତନାଘନା। ବଲାଙ୍ଗିରରେ ମାରାଥନ ତଦନ୍ତ କରୁଛି ପାରଳାଖେମୁଣ୍ଡି ପୁଲିସ। ଗତକାଲି ରାତିରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ ବଲାଙ୍ଗିର ଆସିଥିଲେ। ଆଜି ସକାଳେ ପ୍ରଥମେ ଟାଉନ ଥାନାକୁ ଯାଇଥିଲା ଟିମ । ତାପରେ ଟାଉନ ପୁଲିସର ଏକ ଟିମ ସହିତ ପାରଳାଖେମୁଣ୍ଡି ପୁଲିସ ଟିମ ଲର୍କିପାଲି ଠାରେ ଥିବା ପ୍ରାଣୀଧନ ନୀରିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇଥିଲା। ସେଠାରେ ନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନଙ୍କ ଅଫିସ ଭିତରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସେଠାରେ ନିର୍ଦ୍ଦେଶକ, ଜଣେ କିରାଣି ଏବଂ ଦୁଇ ଜଣ ପିଅନଙ୍କୁ ପଚରା ଉଚୁରା କରିଥିଲା ପୁଲିସ । ଏପରିକି ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ସକାଳ ୧୦ଟାରୁ ୩ ଟା ପର୍ୟ୍ୟନ୍ତ ୫ ଘଣ୍ଟା ଧରି ଚାଲିଥିଲା ତଦନ୍ତ। ଅଫିସ ଭିତରେ ତଦନ୍ତ ସାରିବା ପରେ ବିଦ୍ୟାଭାରତୀ ପଢୁଥିବା କ୍ଲାସରୁମକୁ ଛାନଭିନ କରିଥିଲା ପୁଲିସ। ତାପରେ ବିଦ୍ୟାଭାରତୀ ରହୁଥିବା ଲେଡିଜ ହଷ୍ଟେଲକୁ ଯାଇଥିଲା ପୁଲିସ ଟିମ। ବିଦ୍ୟାଭାରତୀ ରହୁଥିବା ଲେଡିଜ ହଷ୍ଟେଲର ରୁମ ନମ୍ୱର-୧ ରେ ତାଲା ପଡିଥିଲା । ଚାବିକାଠି ବିଦ୍ୟାଭାରତୀ ସହ ରହୁଥିବା ସାଂଗ ମାନେ ରଖିଥିବାରୁ ପୁଲିସ ରୁମକୁ ସିଲ କରିଥିଲା । ତାଲିମ କେନ୍ଦ୍ରରୁ କିଛି ଜରୁରୀ କାଗଜ ପତ୍ରକୁ ନିଜ ହେପାଜତକୁ ନେଇଛି ପୁଲିସ । ବଲାଙ୍ଗିରରେ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଉପରେ ପ୍ରାଣିଧନ ନୀରିକ୍ଷକ ପ୍ରଶିକ୍ଷଣର ନିର୍ଦ୍ଦେଶକ କହିଛନ୍ତି ଯେ, ତାହା ବ୍ୟାଚଲର ପାର୍ଟି ନଥିଲା, କେବଳ କ୍ୟାଣ୍ଟିନରେ ସାଂଗ ମାନଙ୍କୁ ଦିଆଯାଇଥିବା ଭୋଜି ବୋଲି କହିଛନ୍ତି। ସେପଟେ କିନ୍ତୁ ଆଜି ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ପରୀକ୍ଷା ପରେ ୧୩ ତାରିଖରେ ବିଦ୍ୟାଭାରତୀ ଏକ ବଡ ଟ୍ରଲି ବ୍ୟାଗରେ ନିଜର ସବୁକିଛି ସାମଗ୍ରୀ ଧରି ଯାଇଥିଲେ ଏବଂ ସାଂଗ ମାନଙ୍କୁ ଆଉ ଆସିବିନି ବୋଲି କହିଥିଲେ । ତାଲିମ ସରିନଥିବା ଏବଂ ଫାଇନାଲ ପରୀକ୍ଷା ବାକି ଥିବା ଵେକେ ବିଦ୍ୟାଭରତୀ କ’ଣ ପାଇଁ ଆଉ ହଷ୍ଟେଲକୁ ଫେରିବେ ନି ବୋଲି କହିଥିଲେ ତାହା ଏବେ ତଦନ୍ତ ସାପେକ୍ଷ । ନିର୍ଦ୍ଦେଶକ ପୁଲିସକୁ ସବୁ ପ୍ରକାର ତଥ୍ୟ ଯୋଗେଇ ଦିଆଯାଇଥିବା କହିଛନ୍ତି । ସେପଟେ ତଦନ୍ତ ସରିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!